କ୍ଷମତାରୁ ବିଦା ହେବେ ଦିଦି : ମୋଦି

ନୂଆଦିଲ୍ଲୀ : ପଶ୍ଚିମବଙ୍ଗର ହଲଦିଆରେ ଜନସାଧାରଣମାନଙ୍କୁ ସମ୍ବୋଧିତ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏହି ଜନସଭାରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏବଂ ଟିଏମସିଙ୍କୁ ଟାର୍ଗେଟ୍‌ କରିଛନ୍ତି । ମୋଦି କହିଛନ୍ତି, ‘ବେଙ୍ଗଲର ଜନତା “ରାମ କାର୍ଡ” ଦେଖାଇ ଟିଏମସିକୁ ବାହାରର ରାସ୍ତା ଦେଖାଇବାକୁ ଯାଉଛି । ବେଙ୍ଗଲ ହେଉଛି ଫୁଟବଲକୁ ଭଲ ପାଉଥିବା ରାଜ୍ୟ । ଫୁଟବଲ ଭାଷାରେ କହିବାକୁ ଚାହୁଁଛି ଯେ, ଟିଏମସି ଗୋଟିଏ ପରେ ଗୋଟିଏ ଫାଉଲ କରିନେଇଛି ।

ଅର୍ଥାତ୍ ପଶ୍ଚିମବଙ୍ଗରେ ଟିଏମସି କୁଶାସନର ଫାଉଲ, ବିରୋଧୀଙ୍କ ଉପରେ ଆକ୍ରମଣ ଏବଂ ହିଂସାର ଫାଉଲ, ବେଙ୍ଗଲ ଜନତାଙ୍କର ଟଙ୍କା ଲୁଟିବାର ଫାଉଲ ଏବଂ ସତ୍ତାରେ ରହି ମଧ୍ୟ ଆକ୍ରମଣର ଫାଉଲ କରିସାରିଲାଣି ଟିଏମସି । ବେଙ୍ଗଲ ଜନତା ସବୁ ଦେଖୁଛନ୍ତି ଏବଂ ଖୁବଶୀଘ୍ର ବେଙ୍ଗଲ “ରାମ କାର୍ଡ” ଦେଖାଇବାକୁ ଯାଉଛି ।   ଯଦି ଆପଣମାନେ ଦିଦିଙ୍କୁ ନିଜ ଅଧିକାର ମାଗୁଛନ୍ତି ତେବେ ଦିଦି ନାରାଜ ହୋଇଯାଉଛନ୍ତି । ଏପରିକି ଦିଦି “ଭାରତ ମାତା କି ଜୟ” ନାରା ଶୁଣିଲେ ଚିହିକି ଉଠୁଛନ୍ତି ।’

ବେଙ୍ଗଲର ହଳଦିଆରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି, ‘ବେଙ୍ଗଲରେ ନିଜ ଅଧିକାର କଥା କହୁଥିବା ଲୋକଙ୍କ ଉପରେ ରାଗି ଯାଉଛନ୍ତି । ଏପରିକି ଦିଦି “ଭାରତ ମାତା କି ଜୟ” ନାରା ଶୁଣିଲେ ଚିହିଁକି ଉଠୁଛନ୍ତି । ଗତ ଥର ନେତାଜୀ ସୁବାଷ ଚନ୍ଦ୍ର ବୋଷଙ୍କ ଜନ୍ମଦିନ ଅବସରରେ ପଶ୍ଚିମବଙ୍ଗ ଆସିଥିଲି । ଆଜି ହଳଦିଆ ସହିତ ପୁରା ପଶ୍ଚିମବଙ୍ଗର ବିକାଶ ପାଇଁ ପ୍ରାୟ ୫ ହଜାର କୋଟି ଟଙ୍କାର ଯୋଜନାକୁ ଲୋକାର୍ପଣ ଏବଂ ଶିଳାନ୍ୟାସ କରିବା ପାଇଁ ଆସିଛି ।’

ମୋଦି ଆହୁରି ମଧ୍ୟ କହିଛନ୍ତି, ପଶ୍ଚିମବଙ୍ଗର ବିକାଶ ପାଇଁ କେନ୍ଦ୍ର ସରକାରଙ୍କର ନିରନ୍ତର ପ୍ରୟାସ ଜାରି ରହିଛି । କୋଲକାତାରେ ପ୍ରାୟ  ୮ ହଜାର ୫ ଶହ ​‌କୋଟି ଟଙ୍କାର ମେଟ୍ରୋ ଷ୍ଟେସନ୍‌ କାମ ଜାରି ରହିଛି । ଆଗକୁ ମଧ୍ୟ ଅନେକ ଯୋଜନା ଲାଗୁ କରିବାକୁ ସରକାର ପ୍ରଚେଷ୍ଟା ଜାରି ରଖିଛନ୍ତି ବୋଲି ମୋଦି କହିଛନ୍ତି ।

Leave a Reply

Your email address will not be published. Required fields are marked *

Back to top button