ଡିଜିଟାଲ ଜଗତରେ ପାଦଦେବେ ସୋନାକ୍ଷୀ

ମୁମ୍ବାଇ : ବଲିଉଡ୍‌ ଅଭିନେତ୍ରୀ ସୋନାକ୍ଷୀ ସିହ୍ନା ଡିଜିଟାଲ ଜଗତରେ ପାଦ ଦେବାକୁ ଯାଉଛନ୍ତି। ଅନ୍ତର୍ଜାତୀୟ ମହିଳା ଦିବସ ଅବସରରେ ଆମାଜନ୍‌ ପ୍ରାଇମ ଭିଡିଓ ପକ୍ଷରୁ ଏକ ୱେବ୍‌ସିରିଜ୍‌ର ଫାଷ୍ଟ ଲୁକ୍‌ ଜାରି କରାଯାଇଛି। ନାମକରଣ ହୋଇନଥିଲେ ହେଁ ଏଥିରେ ଲିଡ୍‌ ରୋଲ୍‌ରେ ଅଛନ୍ତି ସୋନାକ୍ଷୀ। ତାଙ୍କୁ ଜଣେ ଦବଙ୍ଗ ପୋଲିସ ଅଧିକାରୀଙ୍କ ଭୂମିକାରେ ଦେଖିବାକୁ ମିଳିବ।

ସୋନାକ୍ଷୀଙ୍କ ବ୍ୟତୀତ ବିଜୟ ଶର୍ମା, ଗୁଲଶନ୍‌ ଦେବୟା ଓ ସୋହମ୍‌ ଶାହ ଏଥିରେ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ରହିଛନ୍ତି। ଏହି ୱେବ୍‌ସିରିଜ୍‌କୁ ରିତେଶ ସିଧୱାନି, ଫରହାନ୍‌ ଅଖତର, ଜୋୟା ଅଖତର ଓ ରିମା କାଟ୍‌ଗୀ ପ୍ରଯୋଜନା କରୁଛନ୍ତି। ନିର୍ଦ୍ଦେଶନା ଦାୟିତ୍ୱରେ ଅଛନ୍ତି ରିମା କାଟ୍‌ଗୀ ଓ ରୁଚିରା ଓବରୟ।

ରିମା କହିଛନ୍ତି ସୋନାକ୍ଷୀ ଜଣେ ଏଭଳି କଳାକାର ଯିଏକି ସବୁପ୍ରକାର ଭୂମିକା ପାଇଁ ଫିଟ୍‌। ଚରିତ୍ର ମଧ୍ୟରେ ହଜିଯିବା ତାଙ୍କର ସ୍ୱାତନ୍ତ୍ରତା। ଏହି ୱେବ୍‌ସିରିଜ୍‌କୁ ସେ ନ୍ୟାୟ ଦେଇପାରିବେ ବୋଲି ବିଶ୍ୱାସ ରହିଛି।

Leave a Reply

Your email address will not be published. Required fields are marked *

Back to top button