ଦିନକୁ ସାଢ଼େ ୪ ଘଣ୍ଟା ବସିବ ବିଧାନସଭା

ଭୁବନେଶ୍ୱର : ଆସନ୍ତା ୨୦ ତାରିଖ ଠାରୁ ଓଡିଶା ବିଧାନସଭାର ଶୀତକାଳୀନ ଅଧିବେଶନଆରମ୍ଭ ହେବ। କୋଭିଡ଼ କଟକଣା ଭିତରେ ଦୈନିକ ସାଢ଼େ ୪ ଘଣ୍ଟା ଅଧିବେଶନ ବସିବ। ଏହି ସୂଚନା ଦେଇଛନ୍ତି ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର। ସେ କହିଛନ୍ତି ଏଥର ପ୍ରଶ୍ନ କାଳ ରହିବ କି ନାହିଁ ସ୍ଥିର କରାଯାଇ ନାହିଁ। ବିଧାୟକ, କର୍ମଚାରୀ, ସାମ୍ବାଦିକଙ୍କ କୋଭିଡ୍‌ ଟେଷ୍ଟ ନେଇ ପରାମର୍ଶ ନିଆଯିବ। ଇ-ବିଧାନସଭା ଲାଗି ଆସନ୍ତାକାଲିଠାରୁ ପ୍ରଶିକ୍ଷଣ ଶିବିର ଆରମ୍ଭ ହେବ। ପ୍ରଥମ ପର୍ଯ୍ୟାୟରେ ବିଧାନସଭା କର୍ମଚାରୀଙ୍କୁ ଟ୍ରେନିଂ ଦିଆଯିବ ବୋଲି ଶ୍ରୀ ପାତ୍ର କହିଛନ୍ତି।

ସୂଚନାଯୋଗ୍ୟ ଚଳିତମାସ ୨୦ ତାରିଖରୁ ଆରମ୍ଭ ହେବାକୁ ଥିବା ବିଧାନସଭାର ଶୀତ ଅଧିବେଶନ ଡିସେମ୍ବର ୩୧ତାରିଖ ପର୍ଯ୍ୟନ୍ତ ଚାଲିବ। ପ୍ରଥମ ଦିନରେ ୨୦୨୦-୨୧ ଆର୍ଥିକ ବର୍ଷର ପ୍ରଥମ ଅତିରିକ୍ତ ବଜେଟ ଆଗତ ହେବ। ବିଧାନସଭା ସଚିବାଳୟ ପକ୍ଷରୁ ଜାରି ବିଜ୍ଞପ୍ତି ଅନୁଯାୟୀ ଶନିବାର ଓ ରବିବାର ଗୃହ କାର୍ଯ୍ୟ ଚାଲିବ। କେବଳ ନଭେମ୍ବର ୩୦ ରାସପୂର୍ଣ୍ଣିମା ଓ ଡିସେମ୍ବର ୨୫ ବଡଦିନ ଛୁଟି ରହିବ। ଅତିରିକ୍ତ ବଜେଟ୍ ନଭେମ୍ବର ୨୦ତାରିଖରେ ଆଗତ ହେବ ଓ ନଭେମ୍ବର ୨୯ ରବିବାର ଅତିରିକ୍ତ ବଜେଟ୍ ଉପରେ ବ୍ୟୟମଞ୍ଜୁରୀ ବିଲ୍ ଗୃହର ଅନୁମୋଦନ ଲାଭ କରିବାର କାର୍ଯ୍ୟକ୍ରମ ରହିଛି।

ମତାମତ ଦିଅନ୍ତୁ ।