କ’ଣ ସେକ୍ସ କଲେ କରୋନା ବ୍ୟାପେ ?

{ Chemist . Gyana Ranjan Swain } : ସାରା ବିଶ୍ୱରେ କରୋନା ଭାଇରସ୍ ରୋଗ ଦ୍ରୁତ ଗତିରେ ବୃଦ୍ଧି ପାଉଥିବା ବେଳେ ଏହି ଜୀବାଣୁ ଦ୍ଵାରା ଲୋକମାନେ ଅତି ସହଜରେ ଶିକାର ହେଉଥିବା ନଜିର ରହିଛି । କରୋନା ଜୀବାଣୁ ବିରୁଦ୍ଧରେ ଅନେକ ପ୍ରକାରର ପ୍ରତିରକ୍ଷା ପାଇଁ ପରାମର୍ଶ ଦିଆଯାଉଛି, ସେଥିମଧ୍ୟରୁ ଗୋଟିଏ ହେଉଛି ସାମାଜିକ ଦୂରତା । ତଥାପି, ସାମାଜିକ ଦୂରତା ବିଷୟରେ ଲୋକଙ୍କ ମନରେ ଅନେକ ପ୍ରକାରର ପ୍ରଶ୍ନ ମଧ୍ୟ ଉଠିଛି । ସେଥିମଧ୍ୟରୁ ଗୋଟିଏ ହେଉଛି ପ୍ରଶ୍ନ ହେଉଛି କରୋନା ରୋଗ ସେକ୍ସ କଲେ ବ୍ୟପେ କି ? ତେବେ ଏହି ପ୍ରଶ୍ନର ଉତ୍ତରରେ ଆମେ ଜଣାଇଦେବାକୁ ଚାହୁଁଛୁ ଯେ କରୋନା ଜୀବାଣୁ ଶାରିରୀକ ସମ୍ପର୍କରୁ ବ୍ୟାପେ ନାହିଁ । ବିଜ୍ଞାନ କହୁଛି ଯେ, ଯଦି ଆପଣ ପୂର୍ବରୁ କାହା ସହିତ ସମ୍ପର୍କରେ ରହିଛନ୍ତି ଏବଂ କେହିବି ଗୋଟିଏ ସ୍ଥାନରୁ ଅନ୍ୟସ୍ଥାନକୁ ଯାଇନାହାନ୍ତି ତେବେ ଡରିବାର କାରଣ ନାହିଁ । ଯଦି ଜଣଙ୍କଠାରେ ବି କରୋନାର ସାମନ୍ୟ ଲକ୍ଷଣ ଦେଖାଯାଏ ତେବେ ତୁରନ୍ତ ସେ ସ୍ଥାନରୁ ଅଲଗା ହୋଇ ଆଇସୋଲେସନରେ ରୁହନ୍ତୁ । ଯଦିଓ ତୁମେ ଏକାଠି ରୁହ, ଲକ୍ଷଣ ଦେଖାଯିବାବେଳେ ପରସ୍ପର ମଧ୍ୟରେ ଅତି କମରେ ଦୁଇ ମିଟର ଦୂରତା ରଖ । ଯଦି ଆପଣଙ୍କର କରୋନା ଜୀବାଣୁର ସାମାନ୍ୟ ଲକ୍ଷଣ ଦେଖାଯାଉଛି ଏବଂ ଯଦି ଆପଣ ନିଜ ସାଥୀଙ୍କ ଠାରୁ ଦୂରତା ନ ରଖନ୍ତି ତେବେ ନିଶ୍ଚିତ ଭାବରେ ଆପଣଙ୍କ ସାଥୀ ମଧ୍ୟ କରୋନାରେ ସଂକ୍ରମିତ ହେବେ ।
ସେହି ସମୟରେ, ଆପଣ ନୂତନ ଲୋକଙ୍କ ସହିତ ଶାରୀରିକ ସମ୍ପକରଖିବା ଠାରୁ ଦୂରେଇ ରହିବା ଉଚିତ୍ । କାରଣ ଏହା ଆପଣଙ୍କ ଭିତରେ କରୋନା ହେବାର ଆଶଙ୍କା ବଢ଼ିଯାଇପାରେ। କିଛି ଲୋକଙ୍କଠାରେ କରୋନା ଜୀବାଣୁର ଲକ୍ଷଣ ଉପରକୁ ଦେଖାଯାଏ ନାହିଁ । ସମ୍ପ୍ରତି ଚାଇନାରେ ଏପରି ଅନେକ ଘଟଣା ଦେଖିବାକୁ ମିଳିଛି ଯେଉଁଥିରେ କରୋନା ଜୀବାଣୁଙ୍କର ଲକ୍ଷଣ ନ ଥାଇ ମଧ୍ୟ ସେମାନେ ସଂକ୍ରମିତ ହୋଇଥିବା ଜଣାପଡିଛି। ଯଦିଓ ତୁମେ ଅନୁଭବ କରୁଛ ଯେ ତୁମେ ସମ୍ପୂର୍ଣ୍ଣ ଫିଟ୍, ତୁମେ ତଥାପି ଏହି ରୋଗକୁ ଅନ୍ୟକୁ ଦେଇ ପାରିବ ।ଘନିଷ୍ଠ ସମ୍ପର୍କ ଏବଂ ଚୁମ୍ବନ ମଧ୍ୟ ଅଧିକ ଭୟଙ୍କର ହୋଇପାରେ ।

ମତାମତ ଦିଅନ୍ତୁ ।