ଗର୍ଭବତୀ ମହିଳା ନେଇପାରିବେ କି କରୋନା ଭ୍ୟାକସିନ୍ ?

ଭାରତୀୟଙ୍କ ମଧ୍ୟରେ ଥାଇରଏଡ୍ ସମସ୍ୟା ସାଧାରଣ ହୋଇଯାଇଛି । ଇଣ୍ଡିଆନ୍ ଥାଇରଏଡ୍ ସୋସାଇଟିର ଏକ ରିପୋର୍ଟ ଅନୁସାରେ ଦେଶରେ ପ୍ରତି ଦଶ ଜଣରେ ଜଣେ ବ୍ୟକ୍ତି ଏହି ସମସ୍ୟାରେ ଆକ୍ରାନ୍ତ । ଏହା ଯୋଗୁଁ ଶରୀରରେ କୋଲଷ୍ଟ୍ରଲ, ଡାଇବେଟିସ୍, ଆସ୍ଥମା ଓ ହାର୍ଟ ସମ୍ପର୍କିତ ରୋଗର ବିପଦ ଆଶଙ୍କା ବଢିଯାଏ ।

ଥାଇରଏଡ୍ ରୋଗ ପୁରୁଷଙ୍କ ବ୍ୟତୀତ ମହିଳାଙ୍କୁ ଅଧିକ ସଂଖ୍ୟାରେ ଆକ୍ରାନ୍ତ କରିଥାଏ । ଗର୍ଭବତୀ ମହିଳାଙ୍କ ମଧ୍ୟରେ ଏହା ସାମାନ୍ୟ ରୂପେ ଦେଖାଯାଏ । ଏହା ବ୍ୟତୀତ ମହିଳାଙ୍କୁ ପୁରୁଷଙ୍କ ବ୍ୟତୀତ ଲଗାତର ମେଡିସିନ୍ ସେବନ କରିବାକୁ ପଡିଥାଏ । ଏଥିଯୋଗୁଁ ମହିଳାଙ୍କୁ ଥାଇରଏଡ୍ ହେବା ପରେ କରୋନା ଭ୍ୟାକସିନ୍ ଲଗାଇବା ବା ନଲଗାଇବାକୁ ନେଇ ଅନେକ ପ୍ରଶ୍ନ ମନରେ ଉଙ୍କି ମାରିଥାଏ । ତେବେ ଏହି ମାମଲାରେ ସ୍ୱାସ୍ଥ୍ୟ ବିଶେଷଜ୍ଞ ମହିଳାମାନଙ୍କୁ ପରାମର୍ଶ ଦେଇଛନ୍ତି ।

ଦିଲ୍ଲୀ ଲାଜପତନଗର ସ୍ଥିତ ମୁଲଚନ୍ଦ ହସ୍ପିଟାଲର ଗାୟନେକୋଲୋଜିଷ୍ଟ, ଇନର୍ଫଟିଲିଟି ଏକ୍ସପର୍ଟ ଓ ଲେପ୍ରୋସ୍କୋପିକ୍ ସର୍ଜନ ପ୍ରଫେସର ସାଧନା କାଲା କୁହନ୍ତି କି ଯଦି କୌଣସି ମହିଳାଙ୍କୁ ଥାଇରଏଡ୍ ସମସ୍ୟା ଅଛି ଏବଂ ସେ ଲଗାତର ଏହି ସମ୍ବନ୍ଧିତ ମେଡିସିନ୍ ସେବନ କରୁଛନ୍ତି ତେବେ ମଧ୍ୟ ଭ୍ୟାକସିନ୍ ଲଗାଇ ପାରିବେ । କରୋନା ଭ୍ୟାକସିନ ଯୋଗୁଁ କୌଣସି ଅସୁବିଧା ହେବନାହିଁ ।

ତେବେ ଯଦି କୌଣସି ଗର୍ଭବତୀ ମହିଳାଙ୍କୁ ଥାଇରଏଡ୍ ସମସ୍ୟା ଅଛି ତେବେ ତାଙ୍କୁ ଭ୍ୟାକସିନ୍ ନେବା ପାଇଁ ମନା କରାଯାଉଛି । ପ୍ରଫେସର କାଲା କୁହନ୍ତି କି ଉପରୁ ଆସିଥିବା ଗାଇଡଲାଇଡନ୍ସ ପରେ ଏବେ ସମସ୍ତ ଗର୍ଭବତୀ ମହିଳାଙ୍କୁ ଭ୍ୟାକସିନ୍ ପାଇଁ ମନା କରାଯାଉଛି  । ଏହାର କିଛି ପ୍ରଭାବ ମଧ୍ୟ ଦେଖିବାକୁ ମିଳୁଛି । ଏଭଳି ସ୍ଥଳେ କେବଳ ସେହି ମହିଳାମାନଙ୍କୁ ହିଁ ଭ୍ୟାକସିନ୍ ଲଗାଯାଉଛି ଯିଏ ଗର୍ଭବତୀ ନାହାଁନ୍ତି କିମ୍ବା ୩ ମାସ ପୂର୍ବରୁ ଗର୍ଭବତୀ ହେବାର ସମ୍ଭାବନା ନାହିଁ ।

ସେହିଭଳି ଲେଡି ହାର୍ଡିଂ ମେଡିକାଲ କଲେଜର ଗାୟନେକୋଲୋଜି ଡିପାର୍ଟମେଣ୍ଟର ହେଡ୍ ଡା.ମଞ୍ଜୁ ପୁରି କୁହନ୍ତି କି କରୋନା ଭ୍ୟାକସିନ୍ କେବଳ ସଂକ୍ରମଣ କାରକ ଭାଇରସ ପ୍ରତି ଶରୀରରେ ପ୍ରତିରକ୍ଷା ତନ୍ତ୍ର ବିକଶିତ କରିଥାଏ । ଏହାର ହାର୍ମୋନ୍ସ ବା ବ୍ୟକ୍ତିର ଡିଏନଏରେ କୌଣସି ପ୍ରକାର ପ୍ରଭାବ ପଡିନଥାଏ । ଏଥିପାଇଁ ଥାଇରଏଡ ମେଡିସିନ୍ ସେବନ କରିବା ସମୟରେ ମଧ୍ୟ ଭ୍ୟାକସିନ୍ ନିଆଯାଇପାରେ ।

ସମ୍ବନ୍ଧିତ ଖବର
between image and heading

Comments are closed.