ଡୋନାଲ୍ଡ ଟ୍ରମ୍ପଙ୍କ ପୋଷ୍ଟକୁ ନେଇ ବୋହୂଙ୍କୁ ଚେତାବନୀ ଦେଲା ଫେସବୁକ

ନ୍ୟୁୟର୍କ : ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ବିରୋଧରେ ଫେସବୁକ ପୁଣିଥରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ଟ୍ରମ୍ପ ତାଙ୍କ ବୋହୂ ଲାରାଙ୍କ ଫେସବୁକ ପେଜରେ ଏକ ଭିଡିଓ ଅପଲୋଡ କରିଥିଲେ। ତାଙ୍କ ଉପରେ ଉଠିଥିବା ଅନେକ ପ୍ରଶ୍ନର ଉତ୍ତର ଏଥିରେ ରଖିଥିଲେ। ଫେସବୁକ ଏହି ଭିଡିଓକୁ ହଟାଇ ଦେଇଛି।

ବୁଧବାର ଫେସବୁକ ଜାରି କରିଥିବା ବିବୃତ୍ତିରେ କହିଛି ଡୋନାଲ୍ଡ ଟ୍ରମ୍ପଙ୍କ ବିରୋଧରେ ଫେସବୁକ ଓ ଇନଷ୍ଟାଗ୍ରମରେ ପ୍ରତିବନ୍ଧକ ଲଗାଯାଇଛି। ତେଣୁ ଲାରାଙ୍କ ଫେସବୁକ ପେଜରୁ ଟ୍ରମ୍ପଙ୍କ ମତକୁ ହଟାଯାଇଛି। ଭିଡିଓଟିକୁ ହଟାଇବା ପରେ ଫେସବୁକ ଲାରାଙ୍କୁ ପଠାଇଥିବା ଇମେଲରେ ଏସବୁ ଉଲ୍ଲେଖ ରହିଛି। ଏହି ଇମେଲର ସ୍କ୍ରନଶଟ୍ ଶେୟାର କରିଛନ୍ତି ଲାରା। ଆଗାମୀ ଦିନରେ ଯଦି ଏଭଳି କିଛି ପୋଷ୍ଟ ହେବ ତାହେଲେ ସଂପୃକ୍ତ ୟୁଜର ଉପରେ ଫେସବୁକ ଆବଶ୍ୟକ ପଦକ୍ଷେପ ନେବ ବୋଲି ଚେତବନୀ ଦେଇଛି।

Leave a Reply

Your email address will not be published. Required fields are marked *

Back to top button