ଡ୍ରଗ୍ସ ମାମଲାରେ ଫସିଲେ କନ୍ନଡ ଅଭିନେତ୍ରୀ ରାଗିଣୀ

ବେଙ୍ଗାଲୁରୁ : ସୁଶାନ୍ତ ସିଂହ ରାଜପୁତ ମାମଲାରେ ଡ୍ରଗ୍ ଲିଙ୍କ୍ ସାମ୍ନାକୁ ଆସିବା ପରେ ଯାଞ୍ଚ ପ୍ରକ୍ରିୟାକୁ କେନ୍ଦ୍ର ଅପରାଧ ଶାଖା (ସିସିବି) ତ୍ୱରାନ୍ୱିତ କରିଛି। କନ୍ନଡ ଫିଲ୍ମ ଇଣ୍ଡଷ୍ଟ୍ରିରୁ ଅଭିନେତ୍ରୀ ରାଗିଣୀ ଦ୍ଵିବେଦୀଙ୍କ ବେଙ୍ଗାଲୁରୁ ଘରେ ଚଢ଼ଉ ହୋଇଛି ରେଡ୍। ତାଙ୍କୁ ପୋଳିସ୍ ଜେରା ପାଇଁ ନେଇଛି। ତେବେ ତଦନ୍ତ ବେଳେ ମଦ ବୋତଲ ମିଳିଥିବା ବେଳେ ସର୍ଚ୍ଚ ଅପରେଶନ ଜାରି ରହିଛି।

ଖବର ଅନୁଯାୟୀ ପୂର୍ବରୁ ସିସିବି ଅଭିନେତ୍ରୀ ରାଗିଣୀଙ୍କୁ ସମନ କରିଥିଲା। କିନ୍ତୁ ସେ ହାଜର ହେବା ପାଇଁ ସମୟ ମାଗିଥିଲେ। ତାଙ୍କ ଅନୁରୋଧକୁ ଖାରଜ କରି ପୋଲିସ୍ ତାଙ୍କ ବନ୍ଧୁ ରବି ଶଙ୍କରକୁ ଗିରଫ କରିବା ପରେ ରାଗିଣୀଙ୍କୁ ଜେରା ପାଇଁ ଡକାଯାଇଥିଲା। ରବିଙ୍କୁ ପୋଲିସ୍ ୫ ଦିନିଆ ରିମାଣ୍ଡରେ ନେଇଥିବା ଜଣାପଡିଛି। ରାଗିଣୀଙ୍କ ଘରେ ରବି ପାର୍ଟି କରୁଥିବାରୁ ଡ୍ରଗ୍ କାରାବାର ହେଉଥିବା ନେଇ ସିସିବି ସନ୍ଦେହ କରୁଛି। ରବି ୨୦୧୮ରୁ ଡଗ୍ର ପେଡଲର ପ୍ରତୀକ ସେଟ୍ଟୀଙ୍କ ଠାରୁ ଡ୍ରଗ୍ ନେଉଥିଲେ। ୨୦୧୮ରେ ପ୍ରତୀକଙ୍କ ଘରେ ପୋଲି୍ସ୍ ରେଡ୍ କରି ୧.୫ କୋଟି ଟଙ୍କା କୋକେନ୍ ଓ ଏମଡିଏମଏ ଜବତ କରିବା ପରେ ତାଙ୍କୁ ଗିରଫ କରିଥିଲା।

ମତାମତ ଦିଅନ୍ତୁ ।