ଦୁଇ କୁଖ୍ୟାତ ଆତଙ୍କବାଦୀ ଗିରଫ, ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ଜବତ

ନୂଆଦିଲ୍ଲୀ : ନିଷିଦ୍ଧ ଆତଙ୍କବାଦୀ ସଂଗଠନ ବାବର ଖାଲସା ଇଣ୍ଟରନ୍ୟାସନାଲର ଦୁଇଜଣ କୁଖ୍ୟାତ ଆତଙ୍କବାଦୀଙ୍କୁ ଦିଲ୍ଲୀ ପୋଲିସ୍‌ର ସ୍ପେଶାଲ ସ୍କାର୍ଡ ଆଜି ଗିରଫ କରିଛି। ସେମାନଙ୍କ ନିକଟରୁ ବିପୁଳ ପରିମାଣର ମାରଣାସ୍ତ୍ର ସମେତ ଗୁଳିଗୋଳାକୁ ଜବତ କରାଯାଇଛି। ଉତ୍ତର ପଶ୍ଚିମ ଦିଲ୍ଲୀରେ ଆତ୍ମଗୋପନ କରିଥିବା ଆତଙ୍କବାଦୀଙ୍କ ସମ୍ପର୍କରେ ସୂଚନା ପାଇ ସ୍ପେଶାଲ ସ୍କାର୍ଡ ସୋମବାର ପ୍ରତ୍ୟୁଷରେ ଚଢ଼ାଉ କରିଥିବା ବେଳେ ଆତଙ୍କବାଦୀମାନେ ପୋଲିସ ଉପରକୁ ଗୁଳି ଚଳାଇଥିଲେ। କିଛି ସମୟର ଗୁଳି ବିନିମୟ ପରେ ସେମାନଙ୍କୁ ଗିରଫ କରଯାଇଥିଲା।

ରିପୋର୍ଟ ଅନୁଯାୟୀ ଗିରଫ ହୋଇଥିବା ଆତଙ୍କବାଦୀ ଦିଲୱର ସିଂ ଓ କୁଲୱନ୍ତ ସିଂ ବୋଲି ଚିହ୍ନଟ କରାଯାଇଛି। ଏ ଦୁଇଜଣ ଲୁଧିଆନାର ବାସିନ୍ଦା। ପଞ୍ଜାବରେ ଅନେକ ଆତଙ୍କବାଦୀ କାର୍ଯ୍ୟକଳାପରେ ଏ ଦୁଇଙ୍କର ପ୍ରତ୍ୟକ୍ଷ ସଂପୃକ୍ତ ରହିଥିବା ଜଣାପଡିଛି। ସେମାନଙ୍କୁ ସ୍ପେଶାଲ ସ୍କାର୍ଡ ପୋଲିସ ଏକ ଅଜ୍ଞାତ ସ୍ଥାନକୁ ନେଇ ପଚରାଉଚୁରା ଜାରି ରଖିଥିବା ସୂଚନା ମିଳିଛି।

ମତାମତ ଦିଅନ୍ତୁ ।