ଦୁଇଭାଇ ବିବାଦ : ଗୁଳିରେ ସବ ଇନସପେକ୍ଟରଙ୍କ ଜୀବନ ଗଲା

ଆଗ୍ରା : ଦୁଇ ଭାଇଙ୍କ ବିବାଦରେ ମଧ୍ୟସ୍ଥତା କରିବାକୁ ଯାଇଥିବା ସବ ଇନସପେକ୍ଟଙ୍କୁ ଗୁଳିମାଡ଼। ଉତ୍ତର ପ୍ରଦେଶର ଆଗ୍ରାରେ ଏହି ଘଟଣା ଘଟିଛି।

ଆଡିସନାଲ ଡିଜି ରାଜୀବ କ୍ରିଷ୍ଣାଙ୍କ ସୂଚନା ହେଲା ଖାଟାଉଲି ପୋଲିସ ଷ୍ଟେସନରେ ଅଧୀନ ଏକ ଗାଁରେ ଆଳୁ ଅମଳକୁ ନେଇ ଦୁଇଭାଇ ବିଶ୍ୱନାଥ ଓ ଶିବନାଥ ମଧ୍ୟରେ ବିବାଦ ଚାଲିଥିଲା। ଶିବନାଥଙ୍କ ଅଭିଯୋଗ ପାଇ ଘଟଣାର ସମାଧାନ ପାଇଁ ସବ୍‌ ଇନସପେକ୍ଟର ପ୍ରଶାନ୍ତ ଯାଦବ ଓ ଜଣେ କନଷ୍ଟେବଲ ଗାଁରେ ପହଞ୍ଚିଥିଲେ। ପୋଲିସକୁ ଦେଖିବା କ୍ଷଣି ବିଶ୍ୱନାଥ ଦୌଡ଼ିବାରୁ ପୋଲିସ ତା’ର ପିଛା କରିଥିଲା। ଏହି ସମୟରେ ସେ ଦେଶୀ ବନ୍ଧୁକରୁ ଗୁଳି ଚଳାଇବାରୁ ଗୁଳି ପ୍ରଶାନ୍ତଙ୍କ ଦେହରେ ବାଜିଥିଲା। ତାଙ୍କୁ ହସ୍ପିଟାଲ ନିଆଯାଇଥିଲେ ସେଠାରେ ମୃତ୍ୟୁ ଘଟିଛି। ଏବେ ଏକାଧିକ ଟିମ ଗଠନ କରାଯାଇ ଫେରାର ଅଭିଯୁକ୍ତଙ୍କୁ ଖୋଜିବା ପ୍ରକ୍ରିୟା ଆରମ୍ଭ କରାଯାଇଛି।

ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଘଟଣାରେ ଗଭୀର ଶୋକ ପ୍ରକାଶ କରିଛନ୍ତି। ମୃତକଙ୍କ ପରିବାର ପାଇଁ ୫୦ ଲକ୍ଷ ଟଙ୍କା ଓ ପରିବାରର ଜଣେ ସଦସ୍ୟଙ୍କୁ ସରକାରୀ ଚାକିରି ମିଳିବ ବୋଲି ଘୋଷଣା କରିଛନ୍ତି। ଏହାଛଡା ସ୍ଥାନୀୟ ଅଞ୍ଚଳର ଏକ ରାସ୍ତାକୁ ସରକାର ପ୍ରଶାନ୍ତ ଯାଦବଙ୍କ ନାମରେ ନାମିତ କରିବେ ବୋଲି କହିଛନ୍ତି।

Leave a Reply

Your email address will not be published. Required fields are marked *

Back to top button