ଦୁଇଦିନ ମଧ୍ୟରେ ବିଦ୍ୟୁତ ଯ଼ୋଗାଣ ସମ୍ପୂର୍ଣ୍ଣ ସ୍ୱାଭାବିକ ହେବ

ଭୁବନେଶ୍ୱର : ୟାସ ବାତ୍ୟା ଦ୍ବାରା କ୍ଷତିଗ୍ରସ୍ତ ହୋଇଥିବା ଟାଟା ପାଓ୍ବାର ନିୟନ୍ତ୍ରଣାଧିନ ବିଦ୍ୟୁତ ସର୍କଲ ଓ ଡିଭିଜନଗୁଡ଼ିକର ଯ଼ୁଦ୍ଧକାଳୀନ ଭିତ୍ତିରେ ପୁନରୁଦ୍ଧାର ଓ ମରାମତି କାମ ଚାଲିଛି। ଆସନ୍ତା ଦୁଇଦିନ ମଧ୍ୟରେ ବିଦ୍ୟତ ଯ଼ୋଗାଣ ସଂପୂର୍ଣ୍ଣ ସ୍ଵାଭାବିକ ହେବ ବୋଲି କମ୍ପାନି ପକ୍ଷରୁ କୁହାଯାଇଛି।

ନେଟୱାର୍କ ବିଭ୍ରାଟ ହୋଇଥିବା ଅଞ୍ଚଳରେ ପହଞ୍ଚିବା ଓ ଶୀଘ୍ର ବିଦ୍ୟୁତ ଯୋଗାଣକୁ ପୁନରୁଦ୍ଧାର କରିବା ଲାଗି ଟିପିସିଓଡିଏଲ୍ ଓ ଟିପିଏନ୍ଓଡିଏଲ୍ ପକ୍ଷରୁ ବିଭିନ୍ନ ସ୍ଥାନରେ ୧୩,୦୦୦ରୁ ଅଧିକ କର୍ମଚାରୀ ଓ କର୍ମୀଙ୍କୁ ନିୟୋଜିତ କରାଯ଼ାଇଛି।

ଟିପି ନର୍ଦ୍ଦର୍ନ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ୍ ଲିମିଟେଡ୍ (ଟିପିଏନ୍ଓଡିଏଲ୍) ଗୁରୁତର ଭାବେ ପ୍ରଭାବିତ ହୋଇଥିବା ବେଳେ କ୍ଷୟକ୍ଷତିର ଆକଳନ ଜାରି ରହିଛି। ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା ସହରରେ ବିଦ୍ୟୁତ ଯୋଗାଣର ପୁନରୁଦ୍ଧାର ପ୍ରକ୍ରିୟା ଆରମ୍ଭ ହୋଇଛି। କୋଭିଡ୍ କେୟାର୍ ସେଣ୍ଟର ଓ ହସ୍ପିଟାଲ୍ ଗୁଡ଼ିକୁ ବିଦ୍ୟୁତ ଯୋଗାଣ କରିବା ଲାଗି ଟିପିଏନ୍ଓଡିଏଲ୍ ଚବିଶ ଘଣ୍ଟା କାର୍ଯ୍ୟ ଜାରି ରଖିଛି। ସ୍ଥିତି ଉପରେ ନଜର ରଖିବା ଲାଗି କଂପାନି ତରଫରୁ ସ୍ୱତନ୍ତ୍ର ଟିମ୍ ମୂତୟନ କରାଯାଇଛି ଓ ଏକ ଉତ୍ସଗୀକୃତ କଂଟ୍ରୋଲ୍ ରୁମ୍ ସ୍ଥାପନ କରାଯାଇଛି।

Leave a Reply

Your email address will not be published. Required fields are marked *

Back to top button