ଦୁଇଫୁଟିଆ ବରକୁ ବାହାହେଲା ଚାରିଫୁଟ ଉଚ୍ଚର କନ୍ୟା

ନୂଆଦିଲ୍ଲୀ : କିଏ କାହାକୁ ବାହାହେବ ତାହା ପୂର୍ବରୁ ସ୍ଥିର ହୋଇଥାଏ। ଏହାର ପ୍ରମାଣ ଆନ୍ଧ୍ରପ୍ରଦେଶର ପୂର୍ବ ଗୋଦାବରୀ ଜିଲ୍ଲାର ମୁମିଦିବରାମରେ ଦେଖିବାକୁ ମିଳିଛି। ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି ୨ଫୁଟ ଉଚ୍ଚତା ବର ଓ ୪ଫୁଟ ଉଚ୍ଚତା କନ୍ୟା। ଏହି ବରକନ୍ୟା ଦୁଇଜଣ ଖ୍ରୀଷ୍ଟିୟାନ ସମ୍ପ୍ରଦାୟର। ମାର୍ଚ୍ଚ ୩୧ ତାରିଖରେ ଚର୍ଚ୍ଚାରେ ଦୁହିଁଙ୍କର ବିବାହ ହୋଇଛି। ଅନେକ ଅତିଥି ବିବାହ ଉତ୍ସବରେ ଯୋଗଦେଇ ନବଦମ୍ପତିଙ୍କୁ ଆଶୀର୍ବାଦ କରିଛନ୍ତି।

ଖବର ଅନୁଯାୟୀ ଦେବରାପଲ୍ଲୀର ବର ଶ୍ରୀନିବାସ ଗ୍ରାଜୁଏସନ ଯାଏଁ ପାଠ ପଢ଼ିଛନ୍ତି। ପାଠପଢ଼ା ଶେଷ କରିବା ପରେ ପରିବାରଲୋକେ ତାଙ୍କ ପାଇଁ କନ୍ୟା ଖୋଜିବା ଆରମ୍ଭ କରିଥିଲେ। ଏହାପରେ ସତ୍ୟ ଦୁର୍ଗାଙ୍କ ସହିତ ତାଙ୍କ ବିବାହ ସ୍ଥିର ହୋଇଥିଲା। ସତ୍ୟ ଦୁର୍ଗା ଅଷ୍ଟମଶ୍ରେଣୀ ଯାଏଁ ପାଠପଢ଼ିଛନ୍ତି। ଏହି ବିବାହ ସମ୍ପନ୍ନ ହୋଇଯିବା ପରେ ଦୁଇ ପରିବାର ବହୁତ ଖୁସିରେ ଅଛନ୍ତି। ସବୁଠାରୁ ଚର୍ଚ୍ଚାର ବିଷୟ ହେଲେ ଏହି ବାହାଘର ଦେଖିବା ପାଇଁ ଲୋକମାନଙ୍କ ମଧ୍ୟରେ ଉତ୍ସୁକତା ଦେଖାଯାଇଥିଲା। ଯାହାଫଳରେ ବହୁ ସଂଖ୍ୟକ ଲୋକ ବିବାହ ସ୍ଥଳୀରେ ପହଞ୍ଚିଥିଲେ।

Leave a Reply

Your email address will not be published. Required fields are marked *

Back to top button