ଦୁଷ୍କର୍ମ ପରେ ପ୍ରେମିକାକୁ ବିକ୍ରି ପାଇଁ ଯୋଜନା : ପ୍ରେମିକ ଗିରଫ

ରେଢ଼ାଖୋଲ : ବିବାହ ପ୍ରତିଶ୍ରୁତି ଦେଇ ପ୍ରେମିକାଙ୍କୁ ଦୁଷ୍କର୍ମ। ପରେ ବିକ୍ରି କରିଦେବାକୁ ଯୋଜନା। ଏପରି ଅମାନୁଷିକ କାର୍ଯ୍ୟ କରିଥିବା ପ୍ରେମିକକୁ ପୋଲିସ ଗିରଫ କରିଛି। ଏହି ଘଟଣା ସମ୍ୱଲପୁର ଜିଲ୍ଲା କିସିଣ୍ଡା ଥାନା ଅଞ୍ଚଳରେ ଘଟିଥିବା ଜଣାପଡିଛି।

ଖବର ଅନୁଯାୟୀ କିସିଣ୍ଡା ଥାନା ଅଞ୍ଚଳର ନାବାଳିକାଙ୍କୁ ଭଲ ପାଉଥିଲେ ଜଣେ ଯୁବକ। ବିବାହ କରିବାକୁ ପ୍ରଲୋଭନ ଦେଖାଇବାରୁ ପ୍ରେମିକ ଉପରେ ଭରସା ରଖି ନାବାଳିକା ଗତ ବୁଧବାର ତା’ ସହିତ ଘରୁ ପଳାଇ ଆସିଥିଲେ। କିନ୍ତୁ ନାବାଳିକାକୁ ଏକ ଘରେ ରଖି ଦୁଇ ଦୁଷ୍କର୍ମ କରିଥିଲେ ପ୍ରେମିକ। ପରେ ବିକ୍ରି କରିଦେବାକୁ ଯୋଜନା କରୁଥିଲେ। ପ୍ରେମିକା ଏକଥା ଜାଣିବା ପରେ ମୁକୁଳିବା ପାଇଁ ଚାହିଁଥିଲେ। ମାତ୍ର ପ୍ରେମିକ ତାଙ୍କୁ ଘରେ ପୂରାଇ ତାଲା ପକାଇ ଫେରାର ହୋଇଯାଇଥିଲା ପ୍ରେମିକ। ନାବାଳିକାର ଚିତ୍କାର ଶୁଣି ପଡ଼ୋଶୀମାନେ ତାଙ୍କୁ ଉଦ୍ଧାର କରିଥିଲେ। ଘରକୁ ଫେରି ନାବାଳିକା ଥାନାରେ ଅଭିଯୋଗ କରିବାରୁ ଅଭିଯୁକ୍ତ ଗିରଫ ହୋଇଥିବା ଜଣାପଡ଼ିଛି।

ମତାମତ ଦିଅନ୍ତୁ ।