ଦୁଷ୍କର୍ମ ଅଭିଯୋଗରେ ଦୁଇ ଗିରଫ

ବାରିପଦା : ମକର ସଂକ୍ରାନ୍ତିରେ ବୁଡ ପକାଇବାକୁ ଯାଇଥିବା ଯୁବତୀଙ୍କ ସହ ଦୁଷ୍କର୍ମ। ଏଭଳି ଲଜ୍ଜାଜଣକ ଘଟଣା ବାରିପଦା କାଳିକାପୁରରେ ଘଟିଥିବା ବେଳେ ପୋଲିସ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରିଛି।

ଖବର ଅନୁଯାୟୀ ବାରିପଦା ଟାଉନ ଥାନା ଅନ୍ତର୍ଗତ କାଳିଆକାପୁର ଅଞ୍ଚଳରେ ଆଜି ଭୋରରେ ମକର ପର୍ବ ପାଳନ ହେଉଥିଲା। ଏହି ସମୟରେ ଯୁବତୀଙ୍କୁ ତାଙ୍କର ଦୁଇଜଣ ପଡୋଶୀ ବଳପୂର୍ବକ ନଦୀ କୂଳକୁ ନେଇଯାଇ ସେଠାରେ ତାଙ୍କୁ ଦୁଷ୍କର୍ମ କରିଥିଲେ। ପୀଡିତା କୌଶଳକ୍ରମେ ଖସିଆସି ଘରେ ପହଞ୍ଚି ବଡ ଭଉଣୀଙ୍କୁ ଘଟଣା ସମ୍ପର୍କରେ ଜଣାଇଲେ। ଏନେଇ ବାରିପଦା ଟାଉନ ଥାନାରେ ଅଭିଯୋଗ କରାଯିବ ପରେ ଦୁଇ ଅଭିଯୁକ୍ତକୁ ପୋଲିସ ଗିରଫ କରିଛି। ଗିରଫ ଦୁଇଜଣଙ୍କ ମଧ୍ୟରୁ ଜଣେ ନାବାଳକ ଥିବା ଥାନା ଅଧିକାରୀ ବୀରେନ୍ଦ୍ର ସେନାପତି ସୂଚନା ଦେଇଛନ୍ତି।

ମତାମତ ଦିଅନ୍ତୁ ।