ଏବର୍ଷ କଟକରେ ଦୁର୍ଗାପୂଜା ବନ୍ଦ

କଟକ : ଚଳିତବର୍ଷ କଟକର କୌଣସି ପୂଜା ମଣ୍ଡପରେ ଦୁର୍ଗାପୂଜା ହେବନି। ଲୋକମାନେ ଚାହିଁଲେ ନିଜ ଘର ଭିତରେ ଦୁର୍ଗା ପୂଜା କରିପାରିବେ। କଟକ ଜିଲ୍ଲାପାଳ ଭବାନୀ ଶଙ୍କର ଚୟନୀ ଆଜି ଏହି ସୂଚନା ଦେଇଛନ୍ତି।

ଅନ୍ୟପକ୍ଷରେ କଟକ ବାଲୁବଜାର ପୂଜା କମିଟି ହାଇକୋର୍ଟରେ ଦୁର୍ଗାପୂଜା ପାଇଁ ଅନୁମତି ଦିଆଯାଉ ବୋଲି ଆବେଦନ କରିଛି। ପୂଜା କମିଟି ପକ୍ଷରୁ କୁହାଯାଇଛି ୫ ଶହ ବର୍ଷ ହେଲା ଏଠାରେ ଦୁର୍ଗାପୂଜା ଚାଲି ଆସୁଛି। ଯଦି ଏ ବର୍ଷ ପୂଜା ନହୁଏ ତେବେ ପରମ୍ପରା ଭଙ୍ଗ ହେବ। ପରମ୍ପରା ରକ୍ଷା ପାଇଁ ପୂଜା କରିବାକୁ ଅନୁମତି ଦିଆଯାଉ। କୋଭିଡ୍‌ କଟକଣା ପାଳନ କରି ପୂଜା କରାଯିବ କମିଟି ଆବେଦନରେ ଦର୍ଶାଇଛି।

ମତାମତ ଦିଅନ୍ତୁ ।