ଏକ ତରଫା ପ୍ରେମ ପାଇଁ ଜୀବନ ହାରିଲା ନାବାଳିକା

କୋକସରା : କଳାହାଣ୍ଡି ଜିଲ୍ଲାରେ ଅଭାବନୀୟ ଘଟଣା ଘଟିଛି। ଏକ ତରଫା ପ୍ରେମ ନିବେଦନ ପାଇଁ ମାନସିକ ଚାପରେ ଜଣେ ନାବାଳିକା ରଶି ଲଗାଇ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି ।

ଖବର ଅନୁଯାୟୀ କଳାହାଣ୍ଡି ଜିଲ୍ଲା କୋକସରା ଥାନା ତେଣ୍ଡାପାଲି ପଞ୍ଚାୟତ ଶାଗବାହାଲି ଗାଁର ୧୭ ବର୍ଷୀୟା ନାବାଳିକାଙ୍କୁ ପଡୋଶୀ ବହେରା ଗାଁର ଜଣେ ଯୁବକ ଏକ ତରଫା ପ୍ରେମ କରୁଥିଲେ। ବାରମ୍ବାର ପ୍ରେମ କରୁଥିଲେ ନିବେଦନ। ଗତ ଶନିବାର ଦିନ ଯୁବକ ଜଣଙ୍କ କିଛି ସାଙ୍ଗଙ୍କ ସହ ଆସି ଝିଅ ଘରେ ଗଣ୍ଡଗୋଳ ମଧ୍ୟ କରିଥିଲେ। ଫଳରେ ଲୋକଲଜ୍ଜାକୁ ଡରି ନାବାଳିକା ଜଣଙ୍କ ଘରେ ରଶି ଲଗାଇ ଆତ୍ମହତ୍ୟା କରିଥିବା ପରିବାର ଅଭିଯୋଗ କରିଛନ୍ତି। ଘଟଣା ଦିନ ଗୁରୁତର ଅବସ୍ଥାରେ ନାବାଳିକାଙ୍କୁ ପରିବାର ଲୋକେ ଧର୍ମଗଡ ହସ୍ପିଟାଲ ନେଇଥିଲେ। ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିବାରୁ କୋକସରା ପୋଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଜାରି ରଖିଛି।

ମତାମତ ଦିଅନ୍ତୁ ।