ସରକାରୀ କର୍ମଚାରୀଙ୍କ ପାଇଁ ବୈଦ୍ୟୁତିକ ଯାନ ବାଧ୍ୟତାମୂଳକ ହେବା ଦରକାର : କେନ୍ଦ୍ର ମନ୍ତ୍ରୀ

ନୂଆଦିଲ୍ଲୀ : ଉଭୟ ଇନ୍ଧନ ଓ ଅର୍ଥର ସଞ୍ଚୟ ଲକ୍ଷ୍ୟରେ ସମସ୍ତ ସରକାରୀ କର୍ମଚାରୀଙ୍କ ପାଇଁ ବୈଦ୍ୟୁତିକ ଯାନର ବ୍ୟବହାର ବାଧ୍ୟତାମୂଳକ କରାଯିବା ଉଚିତ ବୋଲି କେନ୍ଦ୍ର ପରିବହନ ମନ୍ତ୍ରୀ ନୀତୀନ ଗଡକରୀ ପରାମର୍ଶ ଦେଇଛନ୍ତି। ଏଥିସହ ସେ ତାଙ୍କ ବିଭାଗର ଅଧିକାରୀଙ୍କ ପାଇଁ ବୈଦ୍ୟୁତିକ ଯାନ ବ୍ୟବହାର କରିବା ବାଧ୍ୟତାମୂଳକ କରିବେ ବୋଲି ଶକ୍ତି ମନ୍ତ୍ରୀ ଆର କେ ସିଂଙ୍କୁ ଅନୁରୋଧ କରିଛନ୍ତି।
ସରକାରୀ ମନ୍ତ୍ରାଳୟ ଏବଂ ବିଭାଗର ସମସ୍ତ ଅଧିକାରୀଙ୍କ ପାଇଁ ବୈଦ୍ୟୁତିକ ଯାନ ବ୍ୟବହାର ବାଧ୍ୟତାମୂଳକ କରିବା ସହ ପରିବାରମାନଙ୍କୁ ରନ୍ଧନ ଗ୍ୟାସ କିଣିବା ପାଇଁ ସହାୟତା (ସବସିଡି) ଦେବା ପରିବର୍ତ୍ତେ ବୈଦ୍ୟୁତିକ ରନ୍ଧନ ଉପକରଣ କିଣିବା ପାଇଁ ସରକାର ସବସିଡି ଦେବା ଉଚିତ ବୋଲି ମଧ୍ୟ ସେ ମତ ଦେଇଥିବା ଜଣାପଡିଛି ।