ମହିଳାଙ୍କୁ ପ୍ରାଧାନ୍ୟ ଦେଇ କାହାଣୀ ଲେଖିବାରେ ବଲିଉଡ୍ ପଛରେ ରହିଛି : କ୍ୟାଟ୍ରିନା

ମୁମ୍ବାଇ: ମହିଳାଙ୍କୁ ପ୍ରାଧାନ୍ୟ ଦେଉଥିବା କାହାଣୀ ଲେଖିବାରେ ବଲିଉଡ୍ ପଛରେ ରହିଛି। ଏକ ଇଭେଣ୍ଟରେ ଯୋଗ ଦେଇ ଏହା କହିଛନ୍ତି ଅଭିନେତ୍ରୀ କ୍ୟାଟ୍ରିନା କୈଫ୍। ସେ କହିଛନ୍ତି ଯଦି ଆମେରିକୀୟ ସିନେମା ଦେଖିବା ତାହେଲେ ମହିଳାଙ୍କ ପାଇଁ ଆମକୁ ବହୁତ ଭଲ ସ୍କ୍ରିପ୍ଟ ମିଳିଯିବ। ସେଠାରେ ଅଭିନେତ୍ରୀମାନଙ୍କୁ ହିରୋ ହିସାବରେ ପରଦାରେ ଦର୍ଶକେ ଦେଖନ୍ତି। ଏମିତି ଅନେକ ଅଭିନେତ୍ରୀ ଅଛନ୍ତି ଯେଉଁମାନେ ଏବେ ବି ଆମେରିକୀୟ ଫିଲ୍ମରେ ରାଜ୍ କରି ଚାଲିଛନ୍ତି। ଏହା ସହ ଏଭଳି ଅନେକ ସୋ’ ରହିଛି, ଯେଉଁଠି ମହିଳାଙ୍କୁ ଆଖି ଆଗରେ ରଖି ସ୍କ୍ରିପ୍ଟ ଲେଖାଯାଇଛି। ଏଭଳି ସ୍କ୍ରିପ୍ଟ ଲେଖିବାରେ ବଲିଉଡ ପଛରେ ରହିଛି। ମୁଁ ଏବେ ସେଭଳି କ‌ାହାଣୀ ଖୋଜିବା ସହ ଲୋକଙ୍କୁ ଏ ବିଷୟରେ ଜଣାଉଛି।

ମତାମତ ଦିଅନ୍ତୁ ।