April 7, 2020

‘ନାଗୀନ ୪’ରେ ଏଣ୍ଟ୍ରି କରିବେ ମୌନି ରୟ

ମୁମ୍ବାଇ : ‘ନାଗୀନ ୪’କୁ ସୁପରହିଟ୍‌ କରିବାକୁ ନିର୍ମାତା ଆରମ୍ଭ କରିଛନ୍ତି ପ୍ରୟାସ। ସେଥିପାଇଁ ନୂଆ ନୂଆ ଟ୍ୱିଷ୍ଟ ନେଇ ଆସୁଛନ୍ତି। କିଛି ଦିନ ପୂର୍ବରୁ ଶୋ’ରେ ପୁରୁଣା ନାଗୀନ୍‌ ଅନୀତା ହସନନ୍ଦାନୀ (ବିଶାଖା)ଙ୍କର ଏଣ୍ଟ୍ରି ହୋଇଥିବା ବେଳେ ବର୍ତ୍ତମାନ ଖବର ମୌନି ରୟ (ଶିବନ୍ୟା) ‘ନାଗୀନ ୪’ରେ ଏଣ୍ଟ୍ରି କରିବେ।

‘ନାଗୀନ ୪’ରେ ନିୟା ଶର୍ମା ଓ ଜସ୍ମିନ୍‌ ଭସୀନ୍‌ଙ୍କ ଅଭିନୟକୁ ଦର୍ଶକ ପସନ୍ଦ କରୁଛନ୍ତି। ଗତ ସପ୍ତାହରେ ଶୋ’କୁ ମିଳିଛି ଜବରଦସ୍ତ ଟିଆର୍‌ପି। ଅନୀତାଙ୍କୁ ପୁଣିଥରେ ନାଗୁଣୀ ବିଶାଖାଙ୍କ ରୂପରେ ଦେଖି ଦର୍ଶକ ଖୁସି ହୋଇଛନ୍ତି। ଏବେ ବିଶାଖା ସିରିଏଲ୍‌ର ଲିଡ୍‌ ହିରୋଇନ୍‌ ବୃନ୍ଦାଙ୍କୁ ହଇରାଣ କରିବାକୁ ଚାଲ୍‌ କରୁଛନ୍ତି। କୁହାଯାଉଛି ବୃନ୍ଦାଙ୍କୁ ସାହାଯ୍ୟ କରିବା ପାଇଁ ଶୋ’କୁ ମୌନି ରୟ ପୁଣି ଥରେ ଶିବନ୍ୟା ହୋଇ ଫେରିବେ। ଏହାପରେ ବୃନ୍ଦା ଓ ଶିବନ୍ୟା ମିଶି ବିଶାଖାଙ୍କ ସହ କରିବେ ମୁକାବିଲା। ତେବେ ନିର୍ମାତାଙ୍କ ଠାରୁ ଏନେଇ କୌଣସି ସୂଚନା ମିଳିନାହିଁ। ଯଦି ମୌନି ଏଣ୍ଟ୍ରି କରନ୍ତି ତା’ହେଲେ ଦର୍ଶକ ପରଦାରେ ୩ ଜଣ ନାଗୁଣୀଙ୍କୁ ଦେଖିବାକୁ ପାଇବେ। ବର୍ତ୍ତମାନ ‘ନାଗୀନ୍‌ ୪’ରେ ନିୟା ଶର୍ମା ଓ ସାୟନ୍ତନୀ ଘୋଷ ନାଗୁଣୀ ହୋଇଛନ୍ତି। କିନ୍ତୁ ନାଗୀନ୍‌ ସିରିଜ୍‌ର ପ୍ରଥମ ଓ ଦ୍ୱିତୀୟ ପାର୍ଟରେ ମୌନି ରୟ ଓ ଅଦା ଖାନ୍‌ ନାଗୁଣୀ ଭୂମିକାରେ ଅଭିନୟ କରିଥିଲେ। ତୃତୀୟ ପାର୍ଟରେ ଅନୀତା ହସନନ୍ଦାନୀ ଓ ସୁରଭି ଜ୍ୟୋତି ହୋଇଥିଲେ ନାଗୁଣୀ। ହେଲେ ଦର୍ଶକଙ୍କର ପ୍ରଥମ ପସନ୍ଦରେ ରହିଛନ୍ତ ମୌନି ରୟ।

ପୂର୍ବାପେକ୍ଷା ଏବର କାହାଣୀ ଅଲଗା ଥିବାରୁ ଦର୍ଶକ ବେଶ ପସନ୍ଦ କରୁଛନ୍ତି। ଖବର ଅନୁଯାୟୀ ଜସ୍ମିନ୍ ଭସୀନ୍‌ ଶୋ’ ଛାଡ଼ିଦେବାକୁ ନିଷ୍ପତ୍ତି ନେଇଛନ୍ତି। ଆଗକୁ ମୌନି ଏଣ୍ଟ୍ରି ହେଲେ ସିରିଏଲର କାହାଣୀ କେଉଁ ମୋଡ଼ ନେଉଛି ତାହା ଦେଖିବାର କଥା।

Leave a Reply

Your email address will not be published. Required fields are marked *