ଜନ୍ମଦିନରେ ମାଧୁରୀ ଦେଲେ ବଡ଼ ଉପହାର, ଜାଣନ୍ତୁ କ’ଣ…

ମୁମ୍ବାଇ: ୫୨ଟି ଫଗୁଣକୁ ଅତିକ୍ରମ କରିବା ପରେ ୫୩ ବର୍ଷରେ ପାଦ ଥାପିଛନ୍ତି ବଲିଉଡ୍ ସୁନ୍ଦରୀ ମାଧୁରୀ ଦୀକ୍ଷିତ । ଏକଡାଉନ ସତ୍ୱେ ଜନ୍ମଦିନକୁ ସେ ଧୁମଧାମରେ ପାଳନ କରିଛନ୍ତି । ହେଲେ ସବୁ କିଛି ଘର ଭିତରେ । ଏହା ଭିତରେ କିନ୍ତୁ ସେ ତାଙ୍କ ପ୍ରଶଂସକଙ୍କୁ ନିରାଶ କରିନାହାନ୍ତି । ଭେଟି ଦେଇଛନ୍ତି ଏକ ସୁନ୍ଦର ଉପହାର । ଯାହାକି ସମସ୍ତଙ୍କୁ ଆଶ୍ଚର୍ଯ୍ୟଚକିତ କରିଛି ।

Madhuridixit

ମାଧୁରୀ କଣ୍ଠଦାନ କରିଥିବା ଏକ ଗୀତର ଟିଜର୍ ରିଲିଜ୍ କରିଛନ୍ତି । ସ୍ୱଳ୍ପ କେତେ ସେକେଣ୍ଡର ଏହି ଗୀତରେ ମାଧୁରୀ ତାଙ୍କ ଆଖି ଏବଂ ଓଠରେ ଏକ୍ସପ୍ରେସନ୍ ଦେଇଛନ୍ତି । ଯାହାକି ଏବେ ସମସ୍ତଙ୍କୁ କିମିଆ କରିଛି । ପିଲାଠୁ ବୁଢ଼ା ସମସ୍ତେ ଏହାକୁ ପସନ୍ଦ କରୁଛନ୍ତି । ଗୀତର ନାଁ ରହିଛି ‘କ୍ୟାଣ୍ଡଲ’ । ଏହାର ଏବେ ଟିଜର୍ ଏବେ ରିଲିଜ୍ ହୋଇଥିବା ବେଳେ ଖୁବଶୀଘ୍ର ଗୀତ ସେୟାର କରିବେ ବୋଲି ଘୋଷଣା କରିଛନ୍ତି । ଏହାସହିତ ମାଧୁରୀ ଇନଷ୍ଟାଗ୍ରାମରେ ତାଙ୍କୁ ଶୁଭେଚ୍ଛା ଜଣାଇଥିବା ସମସ୍ତ ଦର୍ଶକ ଓ ପ୍ରଶଂସକଙ୍କୁ ଧନ୍ୟବାଦ ଜଣାଇଛନ୍ତି । ସବୁବେଳେ ଏମିତି ଭଲ ପାଇବା ଓ ଆଶୀର୍ବାଦ ଥାଉ ବୋଲି କହିଛନ୍ତି । ଆଗାମୀ ଦିନରେ ଆହୁରି ଅନେକ କିଛି ଭଲ କାମ କରି ଦର୍ଶକଙ୍କ ମନୋରଞ୍ଜନ କରିବେ ବୋଲି ମାଧୁରୀ ପ୍ରତିଶ୍ରୁତି ଦେଇଛନ୍ତି ।

ମତାମତ ଦିଅନ୍ତୁ ।