କାଜୋଲଙ୍କୁ ଶାହରୁଖ୍‌ ପସନ୍ଦ କରୁନଥିଲେ

ମୁମ୍ବାଇ: ବଲିଉଡ୍‌ର ଚର୍ଚ୍ଚିତ ଅନସ୍କ୍ରିନ୍‌ ଯୋଡ଼ିଙ୍କ ମଧ୍ୟରେ ଶାହରୁଖ୍‌ ଖାନ୍‌ ଏବଂ କାଜୋଲ ଅନ୍ୟତମ । ଏ ଦୁହିଁଙ୍କ କେମିଷ୍ଟ୍ରିକୁ ଦର୍ଶକ ଖୁବ୍‌ ପସନ୍ଦ କରିଥାନ୍ତି । ଉଭୟ ‘ବାଜିଗର’, ‘ଦିଲବାଲେ ଦୁଲହନିଆ ଲେଜାଏଙ୍ଗେ’, ‘କଭି ଖୁସି କଭି ଗମ୍‌’, ‘ଦିଲୱାଲେ’ ଭଳି ଅନେକ ହିଟ୍‌ ଫିଲ୍ମରେ କାମ କରିଛନ୍ତି । ତେବେ ପ୍ରଥମେ ଶାହରୁଖ୍‌ କାଜୋଲଙ୍କୁ ପସନ୍ଦ କରୁନଥିଲେ । ଏପରିକି ସେ ଆମିର ଖାନ୍‌ଙ୍କୁ କାଜୋଲଙ୍କ ସହ କାମ ନ କରିବାକୁ ପରାମର୍ଶ ବି ଦେଇଥିଲେ ।

ନିଜେ ଶାହରୁଖ୍‌ କହିଥିଲେ, ଯେ ଘଟଣାଟି ‘ବାଜିଗର୍‌’ ଫିଲ୍ମ ସୁଟିଂ ସମୟର। ସେତେବେଳେ ଆମିର ମୋତେ କାଜୋଲଙ୍କ ସମ୍ପର୍କରେ ପଚାରିଥିଲେ । ସେ କାଜୋଲଙ୍କ ସହ ଅଭିନୟ କରିବାକୁ ଚାହୁଁଥିଲେ । ମୁଁ ଆମିରଙ୍କୁ କହିଥିଲି ଯେ ଅଭିନୟ ପାଇଁ ସେ ଠିକ୍‌ ନୁହନ୍ତି । କାମ ଉପରେ ଫୋକସ୍‌ ନାହିଁ । ତୁମେ ତାଙ୍କ ସହ କାମ କରିପାରିବ ନାହିଁ । ପରେ କିନ୍ତୁ ଯେତେବେଳେ ମୁଁ କାଜୋଲଙ୍କ ଦକ୍ଷତା ସମ୍ପର୍କରେ ଜାଣିଲି, ନିଜ କହିଥିବା କଥା ନେଇ ଅବଶୋଷ ପ୍ରକାଶ କଲି । କାଜୋଲ ସ୍କ୍ରିନ୍‌ରେ ଯାଦୁ କରିଦେଇଥାନ୍ତି ବୋଲି ଆମିରଙ୍କୁ ଫୋନ୍‌ କରି କହିଥିଲି। କେବଳ ସେତିକି ନୁହେଁ, ଝିଅ ସୁହାନା କାଜୋଲଙ୍କଠାରୁ ଅଭିନୟ ଶିଖୁ ବୋଲି ତାଙ୍କର ଇଚ୍ଛା ଥିବା କଥା ଶାହରୁଖ୍‌ ପ୍ରକାଶ କରିଥିଲେ ।

ମତାମତ ଦିଅନ୍ତୁ ।