ଭାଇରାଲ ହେଲା ନୋରା ଫତେହୀଙ୍କ ହଟ୍‌ ବେଲି ଡ୍ୟାନ୍ସ ଭିଡିଓ

ମୁମ୍ବାଇ : ବଲିଉଡରେ ନିଜ ଡ୍ୟାନ୍ସ ନମ୍ବର ଦ୍ୱାରା ଚର୍ଚ୍ଚାରେ ଥିବା ଅଭିନେତ୍ରୀ ନୋରା ଫତେହୀଙ୍କ ଏକ ଡ୍ୟାନ୍ସ ଭିଡିଓ ଖୁବ ଭାଇରାଲ ହେବାକୁ ଲାଗିଛି। ଏହି ଭିଡିଓରେ ନୋରାଙ୍କୁ ମରୁଭୂମିରେ ନାଚୁଥିବା ଦେଖିବାକୁ ମିଳୁଛି। ଭିଡ଼ିଓଟି ବର୍ତ୍ତମାନ ସୋସିଆଲ ମିଡିଆରେ ଚର୍ଚ୍ଚାର ବିଷୟ ପାଲଟିଛି। ଭିଡିଓଟିକୁ ଲୋକେ ବହୁତ ପସନ୍ଦ କରୁଛନ୍ତି।

ଦେଖନ୍ତୁ ଭିଡିଓ:

ଭିଡିଓକୁ ନୋରା ଫତେହୀ ନିଜ ଇନଷ୍ଟାଗ୍ରାମରେ ସେୟାର କରିଛନ୍ତି। ଭିଡ଼ିଓରେ ନୋରା ମରୁଭୂମିରେ ବେଲି ଡ୍ୟାନ୍ସ କରୁଥିବା ଦେଖିବାକୁ ମିଳୁଛି। ଅଭିନୟ ଅପେକ୍ଷା ଡ୍ୟାନ୍ସ ପାଇଁ ଅଧିକ ଚର୍ଚ୍ଚାରେ ଥିବା ନୋରା ମରୁଭୂମିରେ ଭିନ୍ନ ଭିନ୍ନ ଷ୍ଟାଇଲରେ ନାଚୁଥିବା ନଜର ଆସିଛନ୍ତି। ପୂର୍ବରୁ ବାହୁବଳୀ ଓ ସତ୍ୟମେବ ଜୟତେର ଦିଲବର ଗୀତରେ ଆକର୍ଷଣୀୟ ଡ୍ୟାନ୍ସ କରି ନୋରା ଖୁବ ପ୍ରଶଂସା ସାଉଁଟିଥିଲେ।

ନିକଟରେ ନୋରା ସଲମାନ ଖାଁଙ୍କ ଫିଲ୍ମ ଭାରତରେ ନଜର ଆସିଥିଲେ। ଏହି ଫିଲ୍ମରେ କାଟ୍ରିନା କେଫ ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ। ଆଗକୁ ନୋରା ବରୁଣ ଧୱନ ଓ ଶ୍ରଦ୍ଧା କପୁରଙ୍କ ଡ୍ୟାନ୍ସ ଆଧାରିତ ଫିଲ୍ମ ଷ୍ଟ୍ରିଟ ଡ୍ୟାନ୍ସରରେ ନଜର ଆସିବେ।

ମତାମତ ଦିଅନ୍ତୁ ।