ଏପ୍ରିଲ ୧୩ ଓ ୧୪ରେ ମା’ ତାରିଣୀଙ୍କ ସାଧାରଣ ଦର୍ଶନ ବନ୍ଦ

କେନ୍ଦୁଝର : ଘଟଗାଁ ମା’ ତାରିଣୀଙ୍କ ସାଧାରଣ ଦର୍ଶନ ଏପ୍ରିଲ୍‌ ୧୩ ଓ ୧୪ ତାରିଖରେ ବନ୍ଦ ରହିବ। ଚଇତି ପର୍ବ ପାଇଁ ଆସିଥିବା ଗାଇଡ୍‌ଲାଇନରେ ସାଂସ୍କୃତିକ କାର୍ଯ୍ୟକ୍ରମକୁ ମଧ୍ୟ ବାତିଲ କରାଯାଇଛି।

ରବିବାର ମନ୍ଦିର ପ୍ରଶାସନ ପକ୍ଷରୁ କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଗାଇଡ୍‌ଲାଇନ୍‌ ଜାରି ହୋଇଛି। ମା’ଙ୍କ ପ୍ରସିଦ୍ଧ ଚଇତି ଯାତ୍ରା ଏପ୍ରିଲ ୯ରୁ ୧୫ ପର୍ଯ୍ୟନ୍ତ ଅନୁଷ୍ଠିତ ହୋଇଥାଏ। କିନ୍ତୁ ଚଳିତବର୍ଷ କରୋନା ସଂକ୍ରମଣକୁ ନଜରରେ ରଖି ମନ୍ଦିର ପ୍ରଶାସନ ନିଷ୍ପତ୍ତି ନେଇଛି ଏପ୍ରିଲ୍ ୯ ତାରିଖରୁ ଏପ୍ରିଲ୍ ୧୨ ଓ ୧୫ ତାରିଖରେ ଶ୍ରଦ୍ଧାଳୁମାନେ ମା’ଙ୍କ ଦର୍ଶନ କରିପାରିବେ। ହେଲେ ଏପ୍ରିଲ୍ ୧୩ ଓ ୧୪ ତାରିଖ ସାଧାରଣ ଦର୍ଶନ ବନ୍ଦ କରାଯାଇଥିବା ବେଳେ ସମସ୍ତ ସାଂସ୍କୃତିକ କାର୍ଯକ୍ରମକୁ ବାତିଲ୍ କରାଯାଇଛି। ସୂଚନାଯୋଗ୍ୟ ଚଇତି ପର୍ବ ୭ ଦିନ ଧରି ପାଳିତ ହୋଇଥାଏ।

Leave a Reply

Your email address will not be published. Required fields are marked *

Back to top button