ଏପ୍ରିଲ ୧ରୁ ଚାଲିବ ତପସ୍ଵିନୀ ଏକ୍ସପ୍ରେସ୍‌, ୧୨ରୁ ‘ମେମୁ’

କଟକ : ଏପ୍ରିଲ ପହିଲାରୁ ତପସ୍ଵିନୀ ଏକ୍ସପ୍ରେସ୍‌ ଚଳାଚଳ କରିବ। ୧୨ ତାରିଖରୁ କଟକ-ପୁରୀ, କଟକ-ପାରାଦୀପ, କଟକ-ଭଦ୍ରକ ରୁଟ୍‌ରେ ମେମୁ ଟ୍ରେନ୍‌ ଚଳାଚଳ ଆରମ୍ଭ ହେବ। ମେମୁ ଟ୍ରେନ୍‌ ପୁରୀ ଓ ପାରାଦୀପ ରୁଟ୍‌ରେ ଦିନକୁ ଥରେ ଚାଲିବାକୁ ଥିବା ବେଳେ ଭଦ୍ରକ ଦିନକୁ ଦୁଇ ଥର ଚଳାଚଳ କରିବ। ରେଳ ଷ୍ଟେସନର ଦୁଇଟି ଗେଟ୍‌ରେ ଥର୍ମାଲ୍‌ ସ୍କ୍ରିନି˚ ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି। କଟକ ଷ୍ଟେସନରେ ଦୈନିକ ୧୫ରୁ ୨୦ ହଜାର ଯାତ୍ରୀ ଯାତାୟତ କରିବାକୁ ଥିବା ବେଳେ ଆରପିଏଫ୍‌ ଓ ଜିଆରପି ପକ୍ଷରୁ ସାମାଜିକ ଦୂରତା, ମାସ୍କ ବ୍ୟବହାର କଡ଼ାକଡ଼ି କରାଯାଇଛି। କଟକରେ କରୋନା ସ˚କ୍ରମଣ ବୃଦ୍ଧି ପାଉଥିବାରୁ ଷ୍ଟେସନ୍‌ ପରିସରରେ କିଭଳି ସାମାଜିକ ଦୂରତା ରଖାଯିବ ଓ ବିନା ଥର୍ମାଲ୍‌ ସ୍କ୍ରିନି˚ରେ କେହି ଯାତ୍ରୀ ଯେଭଳି ଚଳାଚଳ କରିବେ ନାହିଁ ସେଥିପ୍ରତି ଗୁରୁତ୍ଵ ଦେବାକୁ ଷ୍ଟେସନ୍‌ କର୍ତ୍ତୃପକ୍ଷ ନିଷ୍ପତ୍ତି ନେଇଛନ୍ତି।

ସୂଚନା ଅନୁଯାୟୀ ୧ ତାରିଖରୁ ପୁରୀ-ହାତୀୟା ତପସ୍ଵିନୀ ଏକ୍ସପ୍ରେସ, ୩ ତାରିଖରୁ ସମ୍ବଲପୁର-ପୁରୀ, ୭ ତାରିଖରେ ପୁରୀ-ପାରାଦୀପ ଏକ୍ସପ୍ରେସ୍‌ ଚଳାଚଳ କରିବ। ପୁରୀ-କଟକ-ପୁରୀ ମେମୁ ଟ୍ରେନ୍‌ ଏପ୍ରିଲ ୧୨ ତାରିଖରୁ ପୁରୀରୁ ସକାଳ ୮ଟାରୁ ଛାଡ଼ିବ। କଟକ ଷ୍ଟେସନରେ ଦିନ ପ୍ରାୟ ୧୦ଟା ୪୫ରେ ପହଞ୍ଚିବ। ପରଦିନ ୧୩ ତାରିଖରେ କଟକରୁ ଅପରାହ୍ନ ୪ଟା ୫୫ରେ ଟ୍ରେନ୍‌ ଛାଡ଼ିବ। ରାତି ୭ଟା ୪୫ରେ କଟକ ଷ୍ଟେସନରେ ପହଞ୍ଚିବ। କଟକ-ଭଦ୍ରକ-କଟକ ମେମୁ ଟ୍ରେନ୍‌ କଟକ ଷ୍ଟେସନରୁ ଏପ୍ରିଲ ୧୨ ତାରିଖ ସକାଳ ୧୧ଟା ୫୫ରେ ଛାଡ଼ିବ। ଭଦ୍ରକରେ ୨ଟା ୫ରେ ପହଞ୍ଚିବ। ଭଦ୍ରକରୁ ସେଦିନ ମେମୁ ଟ୍ରେନ୍‌ ଅପରାହ୍ନ ୩ଟା୩୦ରେ ଛାଡ଼ି କଟକରେ ସନ୍ଧ୍ୟା ୬ଟା ୩୫ରେ ପହଞ୍ଚିବ।

ଏପ୍ରିଲ ୧୩ ତାରିଖ ସକାଳ ୮ଟା ୪୫ରେ ଛାଡ଼ିବ। ଭଦ୍ରକରେ ୧୨ଟା ୧୦ରେ ପହଞ୍ଚିବ। ସେଦିନ ଭଦ୍ରକରୁ ଟ୍ରେନ୍‌ ୧୨ଟା ୫୦ରେ ଛାଡ଼ିବ ଓ ୪ଟା ୧୫ରେ କଟକ ଷ୍ଟେସନରେ ପହଞ୍ଚିବ। କଟକ-ପାରାଦୀପ-କଟକ ମେମୁ ଟ୍ରେନ୍‌ ୧୨ ଏପ୍ରିଲ ସନ୍ଧ୍ୟା ୭ଟାରେ ଛାଡ଼ି ପାରାଦୀପରେ ରାତି ୮ଟା ୫୦ରେ ପହଞ୍ଚିବ। ମେମୁ ଟ୍ରେନ ପାରାଦୀପରୁ ଏପ୍ରିଲ ୧୩ ତାରିଖ ସକାଳ ୬ଟା ୩୦ରେ ଛାଡ଼ି କଟକରେ ୮ଟା ୨୦ରେ ପହଞ୍ଚିବ। ୨୦୨୦ ଜୁନ୍‌ ୧ ତାରିଖଠାରୁ ୧୦ଟି ସ୍ପେଶାଲ ଟ୍ରେନ୍‌ କଟକ ଦେଇ ଚଳାଚଳ ଆରମ୍ଭ କରିଥିବା ବେଳେ ବର୍ତ୍ତମାନ ସୁଦ୍ଧା ଦୈନିକ ପ୍ରାୟ ୧୭ ଯୋଡ଼ା ଟ୍ରେନ୍‌ ଚଳାଚଳ କରୁଛି। କରୋନା ପୂର୍ବରୁ ସାଧାରଣ ଦିନମାନଙ୍କରେ କଟକ ରେଳ ଷ୍ଟେସନ୍‌ ଦେଇ ୯୦ ଯୋଡ଼ା ଏକ୍ସପ୍ରେସ୍‌ ଟ୍ରେନ୍‌ ଚଳାଚଳ କରୁଥିଲା।

ସେହିପରି ଏବେ ପୁରୁଷୋତ୍ତମ ଏକ୍ସପ୍ରେସ, ରାଜଧାନୀ ଏକ୍ସପ୍ରେସ୍‌, ନୀଳାଚଳ ଏକ୍ସପ୍ରେସ୍‌, ଉତ୍କଳ ଏକ୍ସପ୍ରେସ୍‌ ଆଦି ଟ୍ରେନ୍‌ଗୁଡ଼ିକ କୋଭିଡ୍‌ ସ୍ପେଶାଲ ଟ୍ରେନ୍‌ ନାଁରେ ଚଳାଚଳ କରୁଛି। କଟକ ଷ୍ଟେସନର ଗେଟ୍‌ ନ˚ ୧ରେ ଷ୍ଟେସନ ଭିତରକୁ ଯାତ୍ରୀଙ୍କ ପ୍ରବେଶ ଦ୍ଵାର ସ୍ଥିର ହୋଇଥିବା ବେଳେ ସେଠାରେ ଷ୍ଟେସନ ପକ୍ଷରୁ ଥର୍ମାଲ ସ୍କ୍ରିନି˚ ବ୍ୟବସ୍ଥା କରାଯାଇଛି। ଗେଟ୍‌ ନ˚ ୨ରେ ସିଏମ୍‌ସି ପକ୍ଷରୁ ଥର୍ମାଲ୍‌ ସ୍କ୍ରିନି˚ ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି। କେହି ଯାତ୍ରୀ କୋଭିଡ୍‌ ସନ୍ଦିଗ୍ଧ ଥିଲେ ତୁରନ୍ତ କୋଭିଡ୍‌ ପରୀକ୍ଷା କରାଯିବ। ଷ୍ଟେସନ ପରିସରରେ ଉଭୟ ଆରପିଏଫ୍‌ ଓ ଜିଆରପି ପକ୍ଷରୁ ଏକ ପ୍ଲାଟୁନ୍‌ ପୁଲିସ ଫୋର୍ସ ମୁତୟନ କରାଯିବ। ଗୋଟିଏ ପଟେ କଟକରେ କରୋନା ସ˚କ୍ରମଣ ବୃଦ୍ଧି ପାଉଥିବା ବେଳେ ଟ୍ରେନ୍‌ ଚଳାଚଳ ଆରମ୍ଭ ହେବାକୁ ନିଷ୍ପତ୍ତି ହୋଇଥିବାରୁ ପ୍ଲାଟଫର୍ମ ପରିସର, ଶୌଚାଳୟ, ପାଣି ଟ୍ୟାପ୍‌ ଅଞ୍ଚଳ, ସିଢ଼ି ଓ ବସିବା ଅଞ୍ଚଳକୁ ଦୈନିକ ବିଶୋଧନ କରାଯିବାକୁ ଷ୍ଟେସନ କର୍ତ୍ତୃପକ୍ଷଙ୍କ ପକ୍ଷରୁ ନିଷ୍ପତ୍ତି ହୋଇଛି।

Leave a Reply

Your email address will not be published. Required fields are marked *

Back to top button