ଏପ୍ରିଲ ୯ରୁ ୧୯ ରାୟପୁର ଲକଡାଉନ

ରାୟପୁର : ଛତିଶଗଡ଼ରେ କରୋନା ସଂକ୍ରମଣ ବୃଦ୍ଧି ଚିନ୍ତାର କାରଣ ହୋଇଛି। ଏହାକୁ ଦୃଷ୍ଟିରେ ସରକାର ନେଇଛନ୍ତି କଠୋର ନିଷ୍ପତ୍ତି। ଆସନ୍ତା ୯ରୁ ଏପ୍ରିଲ ୧୯ ତାରିଖ ଯାଏ ରାଜ୍ୟର ରାଜଧାନୀ ରାୟପୁରକୁ ସଂପୂର୍ଣ୍ଣ ଲକଡାଉନ ଘୋଷଣା କରାଯାଇଛି। ୯ ତାରିଖ ସନ୍ଧ୍ୟା ୬ଟାରୁ ୧୯ ସକାଳ ୬ଟା ପର୍ଯ୍ୟନ୍ତ ଲକଡାଉନକୁ କାର୍ଯ୍ୟକାରୀ କରାଯିବ। ଏହି ସମୟରେ ଜିଲ୍ଲାକୁ ଲାଗିଥିବା ସମସ୍ତ ସୀମାକୁ ସିଲ୍‌ କରାଯିବ ବୋଲି କୁହାଯାଇଛି।

ରାୟପୁରରେ ସଂକ୍ରମିତଙ୍କ ସଂଖ୍ୟା ବଢ଼ିଚାଲିଛି। ଗୋଟିଏ ଦିନରେ ୯୯୨୧ ଜଣଙ୍କ ଟେଷ୍ଟ ରିପୋର୍ଟ ପଜିଟିଭ ଆସିଛି। ସଂକ୍ରମଣ ବୃଦ୍ଧି ପାଉଥିବାରୁ ମୁଖ୍ୟମନ୍ତ୍ରୀ ଭୂପେଶ ବାଘଲେ ସ୍ଥିତିର ସମୀକ୍ଷା ପାଇଁ ଜରୁରୀ ବୈଠକ ଡାକିଥିଲେ। ଏଥିରେ ବିସ୍ତୃତ ଆଲୋଚନା ହୋଇଥିବା ବେଳେ ଛତିଶଗଡ଼ରେ ସଂକ୍ରମଣ ଓ ମୃତ୍ୟୁସଂଖ୍ୟା ଯୋଗୁ ଅଯଥା ଘରୁ ନ ବାହାରିବା ପାଇଁ ମୁଖ୍ୟମନ୍ତ୍ରୀ ବାଘେଲ ଲୋକଙ୍କୁ ପରାମର୍ଶ ଦେଇଛନ୍ତି।

Leave a Reply

Your email address will not be published. Required fields are marked *

Back to top button