ଏସବୁ ଜିଲ୍ଲାରେ ହେବ କାଳବୈଶାଖୀ

0

ଭୁବନେଶ୍ୱର : ରାଜ୍ୟର ପ୍ରାୟ ୮ଟି ଜିଲ୍ଲାରେ ଆସନ୍ତା ୨୪ ଘଣ୍ଟା ମଧ୍ୟରେ କାଳବୈଶାଖୀ ଜନିତ ବର୍ଷା ଓ ଘୂର୍ଣ୍ଣିଝଡ଼ର ସମ୍ଭାବନା ରହିଛି। ସେଥିପାଇଁ ଏସବୁ ଜିଲ୍ଲାକୁ ୟେଲୋ ଓ୍ଵାର୍ଣ୍ଣିଂ ଜାରି କରାଯାଇଛି।

ଗୁରୁବାର ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଦିଆଯାଇଥିବା ସୂଚନା ଅନୁଯାୟୀ ଶୁକ୍ରବାର ସକାଳ ସାଢେ ୮ଟା ମଧ୍ୟରେ ମାଲକାନଗିରି, କୋରାପୁଟ, ଗଜପତି, ଗଞ୍ଜାମ, କନ୍ଧମାଳ, କେନ୍ଦୁଝର, ମୟୂରଭଞ୍ଜ ଓ ଯାଜପୁର ଜିଲ୍ଲାର ଅନେକ ସ୍ଥାନରେ ବଜ୍ରପାତ ଓ କୁଆପଥର ବର୍ଷା ସହିତ କାଳବୈଶାଖୀର ସମ୍ଭାବନା ରହିଛି। ଏହି ସମୟରେ ବିଜୁଳି ଓ ଘଡ଼ଘଡ଼ି ହୋଇପାରେ। ଏହାକୁ ଦୃଷ୍ଟିରେ ପାଣିପାଗ ବିଭାଗ ୟେଲୋ ଓ୍ଵାର୍ଣ୍ଣିଂ ଜାରି କରିଥିବା ବେଳେ କାଳବୈଶାଖୀ ଓ ବଜ୍ରପାତ ସମୟରେ ଘରୁ ପଦାକୁ ନ ବାହାରିବା ପାଇଁ ପରାମର୍ଶ ଦେଇଛି।

Leave A Reply

Your email address will not be published.