ଏ ସବୁ ଭୁଲ୍‌ ଅଭ୍ୟାସ ଆପଣଙ୍କ ସୌନ୍ଦର୍ଯ୍ୟ ନଷ୍ଟ କରିପାରେ

ସୁନ୍ଦର ଦେଖାଯିବା ପାଇଁ  ଆପଣ ଅନେକ ପ୍ରୟାସ କରିଥାନ୍ତି । ମହଙ୍ଗା ଦାମ୍‌ର ମେକ୍‌ଅପ୍‌ ଓ ସ୍କ୍ରିନ୍‌ କେୟାର ପ୍ରଡକ୍ଟ୍ସ କିଣିବା ସହିତ ଡାଏଟିଂ ପ୍ରତି ଧ୍ୟାନ ଦିଅନ୍ତି । କିନ୍ତୁ ଏ ସବୁ କରିବା ପରେ ଆମର ଏମିତି କିଛି ଅଭ୍ୟାସ ଅଛି ଯାହା ସୁନ୍ଦରତାକୁ ନଷ୍ଟ କରିପାରେ। କିଛି ଭୁଲ୍ ଅଭ୍ୟାସ ଯୋଗୁଁ ସନ୍ତୁଳିତ ଆହାର ଓ ଭଲ ସ୍କ୍ରିନ୍ କେୟାର ବ୍ୟବହାର କଲେ ମଧ୍ୟ  ସୁନ୍ଦରତା କମ୍‌ ହୋଇଯାଏ । ଆସନ୍ତୁ ଜାଣିବା କେଉଁ ଭୁଲ୍‌ ଅଭ୍ୟାସ ସୌନ୍ଦର୍ଯ୍ୟ ଉପରେ ପ୍ରଭାବ ପକାଇଥାଏ। 

୧- କଫି ପିଇବା ପରେ ବ୍ରଶ କରିବା – ଏ କଥା ସତ କଫି, ସୋଢ଼ା ଓ ଫ୍ରୁଟ୍ ଜୁସ୍‌ରେ ଥିବା ଏସିଡ୍ ବା ସୁଗାର ଦାନ୍ତର ଏନେମଲକୁ ନଷ୍ଟ କରିଥାଏ। କିନ୍ତୁ ଆପଣଙ୍କୁ ଏହି ସବୁ ଡ୍ରିଙ୍କ୍ସର ସେବନ କରିବା ପରେ ତୁରନ୍ତ ଦାନ୍ତକୁ ବ୍ରଶ କରିବା ଉଚିତ୍‌ ନୁହେଁ । ଯେକୌଣସି ଏସିଡିକ୍‌ ଫୁଡ୍‌ ବା ଡ୍ରିଙ୍କ୍ସ ନେବାପରେ ତୁରନ୍ତ ବ୍ରଶ କରିବା ଦ୍ୱାରା  ଦାନ୍ତର ଏନେମଲ ଦୁର୍ବଳ ହୋଇଯାଏ। ତେଣୁ ପାଣିରେ କୁଳି କରିଦିଅନ୍ତୁ। ନଚେତ ୧ ଘଣ୍ଟା ପରେ ବ୍ରଶ କରିପାରିବେ। 

୨-  ଶୁଖିଲା କେଶରେ ସୁଇମିଂ – ସୁଇମିଂପୁଲ୍‌ର ପାଣିରେ ଅନେକ କେମିକଲ୍ସ ଥାଏ । ଯାହାକି କେଶର କ୍ଷତି କରିପାରେ। ଏଥିପାଇଁ  ଶୁଖିଲା କେଶରେ ସୁଇମିଂ କରିବାରୁ ନିବୃତ୍ତ ରୁହନ୍ତୁ।  ସୁଇମିଂ  ପୂର୍ବରୁ କେଶକୁ ପାଣିରେ କିଛି ମାତ୍ରାରେ ଓଦା କରିଦିଅନ୍ତୁ ।  ସୁଇମିଂ କରିବା ପରେ ତୁରନ୍ତ କେଶକୁ ସାମ୍ପ କରିଦିଅନ୍ତୁ ।  ଏଥିରେ ଆପଣଙ୍କ କେଶରେ  ସୁନ୍ଦରତା, ଚମକ ଓ ମଜବୁତ୍‌ ଆସିଥାଏ । 

୩- କେଶକୁ ଅଧିକ ସାମ୍ପୁ କରିବା – ଯଦି ଆପଣ ବହୁତ ସାମ୍ପୁ କରୁଛନ୍ତି ଏହି କାରଣରୁ କେଶ ଶୁଖିଲା ହେବା ସହ ଝଡି ପାରେ । ତେଣୁ କେଶର ଟାଇପ୍‌  ଅନୁସାରେ ସ୍ଥିର କରିପାରିବେ ସପ୍ତାହରେ କେତେଥର କେଶ ଧୋଇବା ଉଚିତ୍‌ ।  ବିଶେଷଜ୍ଞଙ୍କ ଅନୁସାରେ ୨ରୁ ୩ଦିନ ହିସାବରେ କେଶକୁ ଧୋଇବା ଭଲ ଅଭ୍ୟାସ ହୋଇଥାଏ । 

୪- କାନର ମଇଳା ସଫା କରିବା – ଦେଖାଯାଏ ଲୋକେ ନିଜର କାନ ସଫା କରିବା ପାଇଁ କଟନର ବ୍ୟବାହର କରିଥାନ୍ତି। ଯାହା କି ଠିକ୍‌ ନୁହେଁ । କାନ ସଫା କରିବା କଟନ ଇୟର ୱାକ୍ସ ବା ମଇଳାକୁ ଆହୁରି ଅଧିକା ଭିତରକୁ ଠେଲିଦିଏ । ଏହା ଦ୍ୱାରା କାନର ପର୍ଦା ଓ ଶୁଣିବାରେ ସାହାଯ୍ୟ କରୁଥିବା କାନର ଛୋଟ ହାଡ଼ଗୁଡ଼ିକର କ୍ଷତି ଘଟିଥାଏ ।  କାନରେ ଜମିଥିବା ମଇଳା ବା ୱାକ୍ସକୁ ସଫା କରିବା ପାଇଁ ଆପଣ ଡାକ୍ତରଙ୍କ ସାହାଯ୍ୟ ନେଇପାରିବେ। 

୫- ପେଡିକ୍ୟୋର ପୂର୍ବରୁ ୱେକ୍ସିଂ –  ୱେକ୍ସି କରିବା ପରେ ପେଡିକ୍ୟୋର କରିବା ଦ୍ୱାରା  ସ୍କ୍ରିନ୍‌ ରେ ସହଜରେ ବ୍ୟାକ୍ଟେରିଆ ଲାଗି ରହିପାରେ । ଯେଉଁଥି ପାଇଁ ସଂକ୍ରମଣ ହୋଇପାରେ। ୱେକ୍ସିଂ କରିବାର ଅତି କମ୍‌ରେ ୨୪ ଘଣ୍ଟା ପରେ  ପେଡିକ୍ୟୋର କରିବା ଉତ୍ତମ ଅଟେ । ପେଡିକ୍ୟୋର ସମୟରେ ନଖର କ୍ୟୁଟିକଲ୍ସକୁ କାଟନ୍ତୁ ନାହିଁ । କାରଣ ଏହା କୀଟାଣୁଙ୍କୁ ସ୍କ୍ରିନ୍‌ ମଧ୍ୟକୁ ପ୍ରବେଶ କରିବାରେ ସାହାଯ୍ୟ କରିପାରେ । 

୬-ରେଜର ନ ବଦଳେଇଲେ – ସେଭିଂରେ ବାରମ୍ୱାର ବାରମ୍ୱାର ଗୋଟିଏ ବା ପୁରୁଣା ରେଜର ବ୍ୟବହାର କରିବା ଠିକ୍‌ ନୁହେଁ । ପୁରୁଣା ରେଜରରେ ଗୋଟିଏ ସ୍ଥାନରେ ଅନେକ ଥର ଶେଭ୍ କରିବା ଦ୍ୱାରା କଟିବା, ରସେସ୍, ଜ୍ୱଳନ ଓ ସଂକ୍ରମଣର ସମସ୍ୟା ଦେଖାଦେଇପାରେ। ୫ରୁ ୭ଥର ଶେଭ୍ କରିବା ପରେ ରେଜରକୁ ଫିଙ୍ଗି ଦେବା ଉଚିତ୍‌। 

୭-ଗରମ ପାଣିରେ ସ୍ନାନ କରିବା – ଗରମ ପାଣିରେ ତ୍ୱଚା ଶୁଖିଲା  ହୋଇଯାଏ । ଯଦି ଆପଣଙ୍କୁ ଏଗଜିମା  ହୋଇଛି ତ  ଗରମ ପାଣିରେ  ସ୍ନାନ କରିବା ଦ୍ୱାରା ଆପଣଙ୍କ ସମସ୍ୟା ବଢ଼ିପାରେ । ଏଥିପାଇଁ ଅଧିକ ସମୟ ଯାଏ ଗରମ ପାଣି ଦ୍ୱାରା ସ୍ନାନ କରିବାରୁ ନିବୃତ୍ତ ରହିବା ଭଲ । ଏଣୁ ଅଳ୍ପ ଉଷୁମ ପାଣିରେ  ସ୍ନାନ କରିବା  ସ୍ୱାସ୍ଥ୍ୟ ପାଇଁ ଭଲ । 

୮-ମୁହଁକୁ ଫେସୱାସ୍‌ ରେ ଧୋଇବା –  ଅନେକ ଲୋକ  ଫେସୱାସକୁ ଲଗାଇ ମୁହଁକୁ ଜୋରରେ ରଗଡ଼ି ଥାନ୍ତି , ଏହା ପୁରାପୁରି ଭୁଲ୍‌ ଅଭ୍ୟାସ ଅଟେ। ଚେହେରାକୁ ଧୋଇବା ବେଳେ ସର୍ବଦା ଆଙ୍ଗୁଠିରେ ହାଲକା ଭାବେ ମସାଜ କରନ୍ତୁ ।  ଦିନରେ କେବଳ ଥରେ ବା ଦୁଇଥର ଥଣ୍ଡା ପାଣିରେ ଚେହେରାକୁ ଧୋଇବା  ଭଲ ହେବ। ଆଲକହଲ ଓ ଅଧିକ କେମିକଲ ଯୁକ୍ତ ଜିନିଷରେ ତିଆରି ଫେସ୍‌ୱାସ୍‌ ଓ କ୍ଲଂଜରର ବ୍ୟବହାର କରିବା ଉଚିତ୍‌ ନୁହେଁ।

୯- ଅନେକ ବ୍ୟୁଟି ପ୍ରଡକ୍ଟସର ବ୍ୟବହାର – ନିଜର ସ୍କ୍ରିନ୍‌ରେ  ଅତ୍ୟଧିକ ବ୍ୟୁଟି ପ୍ରଡକ୍ଟସର ବ୍ୟବହାର କରିବା ଭଲ ନୁହେଁ। ବହୁତ ଗୁଡ଼ିଏ ବ୍ୟୁଟି ଓ ସ୍କ୍ରିନ୍‌ କେୟାର ପ୍ରଡକ୍ଟର ବ୍ୟବହାର  କରିବା ବଦଳରେ  କେବଳ କ୍ଲିଂଜର , ମଏଶ୍ଚରାଇଜର , ଏସପିଏଫ ୩୦ ଆଦି ବ୍ୟବହାର କରିପାରିବେ ।

ମତାମତ ଦିଅନ୍ତୁ ।