ଏସଓଏସ ଚିଲ୍‌ଡ୍ରେନ୍‌ସ ଭିଲେଜ୍ ଅଫ୍ ଇଣ୍ଡିଆ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ୍‌ର ସୁନ୍ଦରଗଡ଼ ସହିତ କିନ୍‌ସିପ୍ କେୟାର ପ୍ରୋଗ୍ରାମ ପାଇଁ ଏମଓୟୁ

ଭୁବନେଶ୍ୱର : ଏସଓଏସ୍ ଚିଲ୍‌ଡ୍ରେନ୍‌ସ ଭିଲେଜ୍ ଅଫ୍ ଇଣ୍ଡିଆ (ଏସଓଏସ୍‌ସିଭିଆଇ) ଦେଶର ସର୍ବବୃହତ୍ ଶିଶୁ ଯତ୍ନ ଏନଜିଓ ଏବଂ ପିତାମାତା ହରାଇଥିବା ପିଲାମାନଙ୍କୁ ଯତ୍ନ ପ୍ରଦାନ କରୁଛି । ଏହା ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ୍‌, ସୁନ୍ଦରଗଡ଼, ଓଡ଼ିଶା ସହିତ କୋଭିଡ୍‌-୧୯ ହେତୁ ସୁନ୍ଦରଗଡ଼ ଜିଲ୍ଲା ଓ ଏହାର ଆଖପାଖରେ ପିତାମାତାଙ୍କୁ ହରାଇଥିବା ୫୦ ଜଣ ପିଲାମାନଙ୍କ ପାଇଁ କିନ୍‌ସିପ୍ କେୟାର ପ୍ରୋଗ୍ରାମର ଡିଜାଇନ୍ ଓ କାର୍ଯ୍ୟାନ୍ୱୟନ କରିବା ପାଇଁ ବୁଝାମଣାପତ୍ରର ସ୍ୱାକ୍ଷର କରିଛି ।

କିନ୍‌ସିପ୍ କେୟାରର ଅର୍ଥ ହେଉଛି ଶିଶୁ ମାନଙ୍କର ସମ୍ପର୍କିୟ ଓ ପରିବାର ସଦସ୍ୟମାନଙ୍କ ଦ୍ୱାରା ଯତ୍ନ ପ୍ରଦାନ । ଏସଓଏସ୍ ଚିଲ୍‌ଡ୍ରେନ୍‌ସ ଭିଲେଜ୍ ଅଫ୍ ଇଣ୍ଡିଆ (ଏସଓଏସ୍‌ସିଭିଆଇ) ର ପିତାମାତା ହରାଇଥିବା ଶିଶୁ ମାନଙ୍କୁ ପରିବାର ପରି ଯତ୍ନ ପ୍ରଦାନ କରିବାର ପାଂଚ ଦଶନ୍ଧିରୁ ଅଧିକ ଅଭିଜ୍ଞତା ରହିଛି । ଜଣେ ବୈଷୟିକ ପାର୍ଟନର ଭାବରେ, ଏସଓଏସସିଭିଆଇ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ୍‌, ସୁନ୍ଦରଗଡ଼, ଓଡ଼ିଶାକୁ କିନ୍‌ସିପ୍ କେୟାର ପ୍ରୋଗ୍ରାମର ଡିଜାଇନ୍ ଓ କାର୍ଯ୍ୟାନ୍ୱୟନ କରିବା ପାଇଁ ସହାୟତା କରିବ । ଏବଂ ଏକ କାର୍ଯ୍ୟାନ୍ୱୟନକାରୀ ଏଜେନ୍ସି ଭାବରେ, ଏନଜିଓ ଯତ୍ନପ୍ରଦାନକାରୀଙ୍କୁ (ଶିଶୁର ଦୂର ସମ୍ପର୍କିୟ ବା ଫୋଷ୍ଟର ଅଭିଭାବକ) ଶିଶୁର ଯତ୍ନ ଓ ସୁରକ୍ଷା ଦକ୍ଷତା ବିଷୟରେ ତାଲିମ ପ୍ରଦାନ କରିବ ଯଦ୍ୱାରା ଶିଶୁମାନଙ୍କର ଅଧିକାର ସୁରକ୍ଷା କରିବା ସହିତ ସେମାନଙ୍କୁ ଉପଯୁକ୍ତ ଯତ୍ନ ମଧ୍ୟ ପ୍ରଦାନ କରାଯାଇପାରିବ । ଏସଓଏସ୍ ଚିଲ୍‌ଡ୍ରେନ୍‌ସ ଭିଲେଜ୍ ଅଫ୍ ଇଣ୍ଡିଆର କିନ୍‌ସିପ୍ କେୟାର ପ୍ରୋଗ୍ରାମ ଶିଶୁମାନେ ଆତ୍ମନିର୍ଭରଶୀଳ ହେବା ପର୍ଯ୍ୟନ୍ତ ସେମାନଙ୍କୁ ଦୀର୍ଘକାଳୀନ ଯତ୍ନର ସୁବିଧା ପ୍ରଦାନ କରିବ ।

ଏହି ଏମଓୟୁ ନିଖିଲ ପୱନ କଲ୍ୟାଣ, ଆଇ.ଏ.ଏସ୍‌., ଜିଲ୍ଲା ମାଜିଷ୍ଟ୍ରେଟ୍ ଓ କଲେକ୍‌ଟର, ସୁନ୍ଦରଗଡ଼ ଙ୍କ ଦ୍ୱାରା ଶ୍ରୀବନ୍ତ ଜେନା, ଶିଶୁ ସୁରକ୍ଷା ଅଧିକାରୀ, ସୁନ୍ଦରଗଡ଼ ଓ ମିସ୍ ପ୍ରଭାତି ଦେଇ, ଆସିଷ୍ଟାଂଟ ଭିଲେଜ୍ ଡାଇରେକ୍ଟର- ଇନଚାର୍ଜ ଏସଓଏସ୍ ଚିଲ୍‌ଡ୍ରେନ୍‌ସ ଭିଲେଜ୍ –ରାଉରକେଲାଙ୍କ ଉପସ୍ଥିତିରେ ସ୍ୱାକ୍ଷରିତ ହୋଇଥିଲା । ସୁନ୍ଦରଗଡ଼ ଜିଲ୍ଲାରେ ଏହି କାର୍ଯ୍ୟକ୍ରମର ସଫଳ ସମାପ୍ତି ପରେ, ଏସଓଏସସିଭିଆଇ ସହିତ ଏହି ସହଭାଗୀତାକୁ ଅନ୍ୟାନ୍ୟ ଜିଲ୍ଲା ପାଇଁ ମଧ୍ୟ ସଂପ୍ରସାରିତ କରାଯିବ ।

ସହଭାଗୀତା ସମ୍ପର୍କରେ ସୂଚନା ପ୍ରଦାନ କରି ସୁମନ୍ତ କର, ସେକ୍ରେଟାରି ଜେନେରାଲ୍‌, ଏସଓଏସ୍ ଚିଲ୍‌ଡ୍ରେନ୍ସ ଭିଲେଜ୍ ଅଫ୍ ଇଣ୍ଡିଆ କହିଛନ୍ତି ଯେ, “ଅଧିକାର ଭିତିକ କିନ୍‌ସିପ୍ କେୟାର ସମାଧାନ ମାଧ୍ୟମରେ ଓଡ଼ିଶାର ପିଲମାନଙ୍କୁ ସେବା ପ୍ରଦାନ କରିବା ନିଶ୍ଚିତ ଭାବରେ ଏକ ବୃହତ୍ ସୁଯୋଗ । ଆମର କାର୍ଯ୍ୟକ୍ରମ ଜରିଆରେ ସମସ୍ତ ପିତାମାତା ହରାଇଥିବା ପିଲାମାନଙ୍କ ଅଧିକାରକୁ ସୁରକ୍ଷିତ କରିବା ପାଇଁ ଡିଜାଇନ୍ କରାଯାଇଛି ଓ ଏଥିରେ ସେମାନେ ମଧ୍ୟ ନିଜର ସମ୍ପର୍କିୟଙ୍କ ନିକଟରେ ପାରିବାରିକ ପରିବେଶରେ ରହିପାରିବେ । ଏହା ଦ୍ୱାରା ସେମାନେ ନିଜର ଦକ୍ଷତାର ବିକାଶ ମଧ୍ୟ କରିପାରିବେ । ଶିଶୁ ଆତ୍ମନିର୍ଭରଶୀଳ ହେବା ପର୍ଯ୍ୟନ୍ତ ତାଙ୍କୁ ଯତ୍ନ, ପୋଷକ, ସ୍ୱାସ୍ଥ୍ୟ ଓ ଶିକ୍ଷା ପ୍ରଦାନ କରାଯିବ । ଏହି କାର୍ଯ୍ୟକ୍ରମ ପାଇଁ ଆମକୁ ସହଭାଗୀ ରୂପେ ବାଛିଥିବାରୁ ଆମେ ଜିଲ୍ଲା ପ୍ରଶାସନକୁ ଧନ୍ୟବାଦ ଜଣାଉଛୁ । ଆମେ ଏଥିପାଇଁ ଆମର ଜ୍ଞାନ, ଅଭିଜ୍ଞତା ଓ ସର୍ବୋତମ ଅଭ୍ୟାସକୁ ଆଦାନ ପ୍ରଦାନ କରିବୁ ଏବଂ ଏହି କିନ୍‌ସିପ୍ କେୟାର ପ୍ରୋଗ୍ରାମକୁ ସଫଳ କରାଇବୁ । ଏହି ପଦକ୍ଷେପ ମାଧ୍ୟମରେ ମହାମାରୀ ହେତୁ ଅଭିଭାବକଙ୍କର ଯତ୍ନ ହରାଇଥିବା ଶିଶୁମାନେ ଉପକୃତ ହୋଇପାରିବେ ।

ନିଖିଲ ପୱନ କଲ୍ୟାଣ, ଆଇ.ଏ.ଏସ୍‌. ଜିଲ୍ଲା ମାଜିଷ୍ଟ୍ରେଟ୍ ଓ କଲେକ୍‌ଟର, ସୁନ୍ଦରଗଡ଼ ଏହି ଅବସରରେ କହିଛନ୍ତି ଯେ, ଆମେ ଏସଓଏସ୍ ଚିଲ୍‌ଡ୍ରେନ୍‌ସ ଭିଲେଜ୍ ରାଉରକେଲାର କାର୍ଯ୍ୟ ଦ୍ୱାରା ଅତ୍ୟନ୍ତ ଆନନ୍ଦିତ । ଏପରି ଅଭିଜ୍ଞ ପାର୍ଟନରଙ୍କ ସହିତ ସହିତ ସହଭାଗୀତା ସ୍ଥାପନ ଦ୍ୱାରା ସୁନ୍ଦରଗଡ଼ କିନସିପ୍ କେୟାର ପ୍ରୋଗ୍ରାମ ସଫଳ ହୋଇ ପାରିବ ବୋଲି ଆମର ଆଶା ରହିଛି । ରାଜ୍ୟରେ ଶିଶୁମାନଙ୍କର ଅଧିକାର ସୁରକ୍ଷା ପାଇଁ ଆମେ ଏସଓଏସ୍‌ସିଭିଆଇ ସହିତ କାର୍ଯ୍ୟ ଜାରି ରଖିବୁ ।”

ସମ୍ବନ୍ଧିତ ଖବର
between image and heading

Comments are closed.