ଫେସ୍‍ସିଲ୍ଡ ସଫା କରିବାର ଉପାୟ ଜାଣନ୍ତୁ

ଭୁବନେଶ୍ଵର : ସମଗ୍ର ବିଶ୍ଵରେ କରୋନା ମହାମାରୀ ରୂପ ନେଇଛି। ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଛି। ସଂକ୍ରମଣରୁ ରକ୍ଷା ପାଇବା ପାଇଁ ଆମେ ଫେସ୍‍ ସିଲ୍ଡ ବ୍ୟବହାର କରୁଛେ। ଡାକ୍ତରମାନେ ମଧ୍ୟ ବ୍ୟବହାର ପାଇଁ ଦେଉଛନ୍ତି ପରାମର୍ଶ। କିନ୍ତୁ ଏହାକୁ ବ୍ୟବହାର କରିବା ପୂର୍ବରୁ କିପରି ପରିଷ୍କାର କରାଯିବ ସେ ବିଷୟରେ ଜାଣିବା ଆବଶ୍ୟକ। ନଚେତ୍‍ କରୋନାର ଶିକାର ହୋଇପାରନ୍ତି। ତେବେ ଆସନ୍ତୁ ଜାଣିବା କିପରି ସଫହେବ ଫେସ୍‍ ସିଲ୍ଡ।– 

ଫେସ୍‌ ସିଲ୍ଡ ଥରେ ପିନ୍ଧିବା ପରେ ନିଶ୍ଚୟ ପରିଷ୍କାର କରନ୍ତୁ। ଏହାକୁ ପରିଷ୍କାର କରିବା ପାଇଁ ନନ୍‌ ବ୍ଲିଚ୍‌ ଓ୍ଵାଇପ୍‌ କିମ୍ବା ଇପିଏ ଦ୍ୱାରା ଅନୁମୋଦିତ ଡିସ୍‌ଇନ୍‌ଫେକ୍ସନ୍‌ ବ୍ୟବହାର କରନ୍ତୁ। ଏଥିପାଇଁ ହାତରେ ଗ୍ଲୋବସ୍‌ ଲଗାଇ ଓ୍ଵାଇପ୍‌ ନେଇ ପ୍ରଥମେ ଫେସ୍‌ସିଲ୍ଡର ସାମ୍ନା ପଟ ସଫା କରନ୍ତୁ। ପରେ ଭିତର ପଟ ସଫା କରନ୍ତୁ। ଷ୍ଟିପ୍‌ ଓ ଇୟରଲୁପ୍‌କୁ ଭଲ ଭାବେ ସଫା କରିସାରିବା ପରେ ଖରାରେ ଶୁଖାଇଦିଅନ୍ତୁ। ଏବେ ଗ୍ଲୋବ୍‌ସ ଓହ୍ଲାଇ ହାତକୁ ସାବୁନରେ ଭଲ ଭାବେ ସଫା କରନ୍ତୁ। ଫେସ୍‌ ସିଲ୍ଡକୁ ସାନିଟାଇଜରରେ କେବେ ସଫା କରିବେ ନାହିଁ। ଏହା ଖରାପ ହୋଇପାରେ। ଫେସ୍‌ ସିଲ୍ଡ ଲଗାଉଥିଲେ ବାରମ୍ବାର ମୁହଁକୁ ଛୁଅଁନ୍ତୁ ନାହିଁ।  

ମତାମତ ଦିଅନ୍ତୁ ।