ଫିଲ୍ମ ଦୁନିଆ ଛାଡିଲେ ସନା ଖାନ୍

ମୁମ୍ବାଇ : ବିଗ୍ ବସ୍ ଭଳି ଲୋକପ୍ରିୟ ରିୟାଲିଟି ଶୋ’ ଜରିଆରେ ଲୋକପ୍ରିୟ ହାସଲ କରିଥିବା ବଲିଉଡ୍ ଅଭିନେତ୍ରୀ ସନା ଖାନ୍ ସନା ଫିଲ୍ମ ଦୁନିଆ ଛାଡି ଧର୍ମ ପଥରେ ଜୀବନ ବିତାଇବାକୁ ନିଷ୍ପତ୍ତି ନେଇଛନ୍ତି। ଏ ସମ୍ପର୍କରେ ସେ ସୋଶାଲ ମିଡିଆ ଜରିଆରେ ଫ୍ୟାନମାନଙ୍କୁ ଜଣାଇଛନ୍ତି।

ସନା ନିଜ ଅଫିସିଆଲ୍ ଟ୍ୱିଟର ହ୍ୟାଣ୍ଡେଲରେ ଅନୁରୋଧ କରି କହିଛନ୍ତି ଭାଇ ଓ ଭଉଣୀମାନଙ୍କୁ ଅନୁରୋଧ କରୁଛି ଏଣିକି ମୋତେ ଫିଲ୍ମ ଇଣ୍ଡଷ୍ଟ୍ରୀ ସହ ଜଡ଼ିତ କୌଣସି କାମ ପାଇଁ ନିମନ୍ତ୍ରଣ ଦିଅନ୍ତୁ ନାହିଁ। ବହୁତ ବହୁତ ଧନ୍ୟବାଦ।

ସନା ଖାନଙ୍କ ଏହି ପୋଷ୍ଟ ସୋଶାଲ ମିଡିଆରେ ଖୁବ୍ ପ୍ରଶଂସା ସାଉଁଟୁଥିବା ବେଳେ ଅନେକ ପ୍ରତିକ୍ରିୟା ମଧ୍ୟ ଦେଉଛନ୍ତି। ତେବେ ସନା ଫିଲ୍ମ ଜଗତରୁ ସନ୍ୟାସ ନେବା ସମ୍ପର୍କରେ କହିଛନ୍ତି ପ୍ରକୃତରେ ମୃତ୍ୟୁ ପରର ଜୀବନକୁ ଭଲ କରିବାକୁ ଏହି ଜୀବନ ଆମକୁ ମିଳିଛି। ଯେତେବେଳେ ମନୁଷ୍ୟ ତାକୁ ଜନ୍ମ ଦେଇଥିବା ମାଲିକଙ୍କ ଅନୁସାରେ ଜୀବନ ବିତାଏ ଓ କେବଳ ଧନ, ସମ୍ପତ୍ତି ଏବଂ ଲୋକପ୍ରିୟତା ହାସଲ କରିବା ଉଦ୍ଦେଶ୍ୟ ରଖେ ନାହିଁ ବରଂ ଅପରାଧ ଦୁନିଆକୁ ଛାଡ଼ି ମାନବିକତା ବଞ୍ଚେଇ ରଖେ। କେବଳ ଏହି କ୍ଷେତ୍ରରେ ମଣିଷ ତା’ର ଜୀବନ ଉନ୍ନତ କରିପାରିବ। ଏହି କାରଣରୁ ମୁଁ ଆଜିଠାରୁ ଫିଲ୍ମ ଇଣ୍ଡଷ୍ଟ୍ରୀ ଛାଡ଼ି ଜୀବନରେ ମାନବିକତାର ରାସ୍ତାକୁ ଆପଣାଇ ଇଶ୍ୱରଙ୍କ ପଥରେ ଜୀବନ ଜୀଇଁବାକୁ ନିଷ୍ପତ୍ତି ନେଇଛି।

ମତାମତ ଦିଅନ୍ତୁ ।