ଫିଲ୍ମ ‘ସନକୀ’ରେ ଶାହରୁଖ-ଦୀପିକାଙ୍କୁ ଦେଖିବାକୁ ମିଳିବ

ମୁମ୍ବାଇ : ଦୀର୍ଘଦିନ ପରେ ଫିଲ୍ମ ‘ସନକୀ’ରେ ବଲିଉଡ ବାଦଶାହ ଶାହରୁଖ ଖାନ୍‌ ଓ ଅଭିନେତ୍ରୀ ଦୀପିକା ପାଦୁକୋନଙ୍କୁ ଏକାଠି ଦେଖିବାକୁ ମିଳିବ। ତାମିଲ ଫିଲ୍ମ ନିର୍ଦ୍ଦେଶକ ଏଟଲୀ କୁମାରଙ୍କ ଏହି ଫିଲ୍ମରେ ଉଭୟ ମୁଖ୍ୟ ଭୂମିକାରେ ଅଭିନୟ କରିବେ। ଫିଲ୍ମଟି ଉଭୟ ହିନ୍ଦୀ ଓ ତାମିଲ ଭାଷାରେ ପ୍ରସ୍ତୁତ ହେଉଥିବା ସୂଚନା ମିଳିଛି।

କୁହାଯାଉଛି ଚଳିତବର୍ଷ ଆରମ୍ଭରେ ଫିଲ୍ମର ପୋଷ୍ଟର ଆସିବ। ଫିଲ୍ମ ‘ଓମ୍‌ ଶାନ୍ତି ଓମ୍‌’ରେ ଦୀପିକାଙ୍କ ଡେବ୍ୟୁ କରିଥିଲେ। ଏଥିରେ ଶାହରୁଖଙ୍କ ସହ ଅଭିନୟ କରିଥିଲେ ଦୀପିକା। ସେହିପରି ଫିଲ୍ମ ‘ଚେନ୍ନାଇ ଏକ୍ସପ୍ରେସ’ରେ ଉଭୟ ଏକାଠି ଅଭିନୟ ମିଳିଥିଲେ। ତା’ପରେ ‘ହାପି ନ୍ୟୁ ଇୟର’ରେ ଶାହରୁଖ ଓ ଦୀପିକା ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ। ଇତିମଧ୍ୟରେ ଶାହରୁଖ ରାଜକୁମାର ହିରାନୀଙ୍କର ଫିଲ୍ମ ପାଇଁ ସାଇନ କରିଥିବା ବେଳେ ନିର୍ଦ୍ଦେଶକ ଶକୁନ ବତ୍ରାଙ୍କ ସହ ଦୀପିକା ଏକ ଫିଲ୍ମ ସୁଟିଂ ଆରମ୍ଭ କରିବାକୁ ଯାଉଥିବା ଚର୍ଚ୍ଚା ହେଉଛି।

ମତାମତ ଦିଅନ୍ତୁ ।