ଗାଧୋଇବା ବେଳେ ୩ ବୁଡ଼ିଗଲେ

ବାଲେଶ୍ୱର : ନୀଳଗିରି ମନ୍ଦାରପୁର ପଞ୍ଚାୟତ କାଠସଙ୍ଗଡ଼ା ଗାଁ ନିକଟସ୍ଥ ତ୍ରିବେଣୀ ଘାଟରେ ଅଘଟଣ। ଗାଧୋଇବା ବେଳେ ବୁଡିଯାଇଥିବା ୩ ଜଣ ଯୁବକ ନିଖୋଜ ହୋଇଯାଇଛନ୍ତି। ଖବର ଅନୁଯାୟୀ ନୀଳଗିରି ଅଞ୍ଚଳର ୫ ଯୁବକ ତ୍ରିବେଣୀ ଘାଟକୁ ଗାଧୋଇବାକୁ ଯାଇ ଭାସି ଯାଇଥିଲେ। ସେମାନଙ୍କ ଭିତରୁ ୨ ଜଣ ପହଁରି ପହଁରି କୂଳକୁ ଆସିଥିଲେ ହେଁ ୩ ଜଣ ନିଖୋଜ ଅଛନ୍ତି। ସ୍ଥାନୀୟ ଲୋକେ ଡଙ୍ଗାରେ ଘାଟ ଖୋଜୁଥିଲେ ମଧ୍ୟ ସେମାନେ ମିଳିନଥିବା ଜଣାପଡିଛି।

ମତାମତ ଦିଅନ୍ତୁ ।