Breaking Newsରାଜ୍ୟ
ଗଞ୍ଜାମ ଓ ଯାଜପୁରରୁ ଅନୁଗୁଳ ଗଲେ ୧୪ ଦିନ କ୍ୱାରେଣ୍ଟାଇନ୍ରେ ରହିବେ

ଅନୁଗୁଳ : କରୋନା ସଂକ୍ରମଣ ରୋକିବା ପାଇଁ ଗଞ୍ଜାମ, ଗଜପତି, ଖୋର୍ଦ୍ଧା, ସୁନ୍ଦରଗଡ଼, ମାଲକାନଗିରି ଓ କଟକ ଆଦି ଜିଲ୍ଲାରେ ବାହାର ଲୋକଙ୍କ ପ୍ରବେଶ ଉପରେ କଟକଣା ଲାଗିଛି। ଅନୁରୂପ କଟକଣା ଲଗାଇଛି ଅନୁଗୁଳ ଜିଲ୍ଲା ପ୍ରଶାସନ। ଗଞ୍ଜାମ ଓ ଯାଜପୁର ପରି ହଟ୍ସ୍ପଟ୍ ଜିଲ୍ଲାର କେହି ଜରୁରୀ କାମରେ ଅନୁଗୁଳ ଗଲେ ୧୪ ଦିନ ସରକାରୀ କ୍ୱାରେଣ୍ଟାଇନ୍ରେ ରହିବେ ବୋଲି ନିର୍ଦ୍ଦେଶ ଦିଆଯାଇଛି। କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଥିବାରୁ ଜିଲ୍ଲା ପ୍ରଶାସନ ଏହି ପଦକ୍ଷେପ ଗ୍ରହଣ କରିଥିବା ଜଣାପଡିଛି।