ଗଞ୍ଜାମ : ସରକାରୀ କର୍ମଚାରୀଙ୍କୁ ସଦର ମହକୁୁମା ଛାଡିବା ମନା

ବ୍ରହ୍ମପୁର : ଗଞ୍ଜାମ ଜିଲ୍ଲାର ସରକାରୀ କର୍ମଚାରୀମାନେ ସଦର ମହାକୁୁମା ଛାଡି ପାରିବେ ନାହିଁ। ଯଦି ଜରୁରୀକାଳୀନ କାର୍ଯ୍ୟ ଥାଏ ତେବେ ସମ୍ପୃକ୍ତ ବିଭାଗର ଅଧିକାରୀଙ୍କ ଠାରୁ ଅନୁମତି ନେବା ବାଧ୍ୟତାମୂଳକ। ଆଜି ଜିଲ୍ଲା ପ୍ରଶାସନ ପକ୍ଷରୁ ଏହି କଟକଣା ଲଗାଯାଇଛି।

ରବିବାର ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତ କୁ‌ଲାଙ୍ଗେ ଟୁଇଟ୍‌ କରି ଏ ସମ୍ପର୍କରେ ସୂଚନା ଦେଇଛନ୍ତି। ସେ କହିଛନ୍ତି ଏହି କଟକଣାକୁ ଯେଉଁ ସରକାରୀ କର୍ମଚାରୀ ଅବମାନନା କରିବେ ସେମାନଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ସୂଚନାଯୋଗ୍ୟ ଜିଲ୍ଲାରେ କାର୍ଯ୍ୟରତ ଅନେକ ସରକାରୀ କର୍ମଚାରୀ ସପ୍ତାହର ଶେଷ ଦିନରେ ଅଫିସ କାମ କହି ଭୁବନେଶ୍ଵର ଓ କଟକ ଯାଇଥାନ୍ତି। ବର୍ତ୍ତମାନ କରୋନା ପରିସ୍ଥିତିରେ ସଦର ମହାକୁୁମାରେ କର୍ମଚାରୀ ନରହିଲେ କାଳେ କୌଣସି ଅସୁବିଧା ଦେଖାଦେବ ସେଥିପାଇଁ ଜିଲ୍ଲା ପ୍ରଶାସନ ଏପରି ନିଷ୍ପତ୍ତି ନେଇଛି।

Leave a Reply

Your email address will not be published. Required fields are marked *

Back to top button