ଘରେ ରହି ହୋଇପାରନ୍ତି କରୋନା ଆକ୍ରାନ୍ତ

ସିଓଲ : କେବଳ ବାହାରେ ବୁଲୁଲେ କରୋନାରେ ଆକ୍ରାନ୍ତ ହେବ ତାହାନୁହେଁ, ଘରେ ବସି ରହିଲେ ମଧ୍ୟ କରୋନା ସଂକ୍ରମିତ ହେବାର ସମ୍ଭାବନା ରହିଛି। ଦକ୍ଷିଣ କୋରିଆର ଗବେଷକମାନେ ଏଭଳି ତଥ୍ୟ ଦେଇଛନ୍ତି। ସେମାନେ କହିଛନ୍ତି ଘରେ ରହୁଥିବା ସୁସ୍ଥ ବ୍ୟକ୍ତି ଓ ତାଙ୍କ ପରିବାରର ଅନ୍ୟ ସଦସ୍ୟ ଦ୍ୱାରା ଅଧିକ ସଂକ୍ରମିତ ହେବାର ଆଶଙ୍କା ରହିଛି।

ସିଡିସିରେ ପ୍ରକାସିତ ଏକ ରିପୋର୍ଟ ଅନୁଯାୟୀ କରୋନାରେ ପ୍ରଥମେ ଆକ୍ରାନ୍ତ ହୋଇଥିବା ୫,୭୦୬ ଜଣ ଓ ଏମାନଙ୍କ ସଂସ୍ପର୍ଶରେ ଆସିଥିବା ୫୯ ହଜାରରୁ ଅଧିକ ଲୋକଙ୍କୁ ନେଇ ଗବେଷକମାନେ ସର୍ଭେ କରିଥିଲେ। ଏଥିରୁ ଜଣାପଡିଛି ମାତ୍ର କରୋନା ସଂକ୍ରମିତ ୨ ଜଣ ବାହାର ଲୋକଙ୍କ ଠାରୁ ୧୦୦ ଜଣ ସଂକ୍ରମିତ ହୋଇଛନ୍ତି। ସେହିପରି ପ୍ରତି ୧୦ ଜଣଙ୍କ ମଧ୍ୟରେ ଜଣେ ବ୍ୟକ୍ତି ନିଜ ପରିବାର ସଦସ୍ୟଙ୍କ ସଂସ୍ପର୍ଶରେ ଆସି ହୋଇଛନ୍ତି କରୋନା ଆକ୍ରାନ୍ତ। ବୟସ କଥା କୁହାଗଲେ କରୋନା ଭାଇରସ ଯେ କୌଣସି ବ୍ୟକ୍ତିଙ୍କୁ ସଂକ୍ରମିତ କରିପାରିବ। ଆହୁରି ଦେଖାଯାଇଛି ଘରେ ରହୁଥିବା ଅଧିକାଂଶ କିଶୋର ଓ ବୟସ୍କ ବ୍ୟକ୍ତି ସଂକ୍ରମିତ ହେଉଛନ୍ତି।

  କୃଷି ଆଇନ୍‍ ବିରୋଧରୁ ନଜର ହଟାଇବାକୁ ବିଜେପିର ଘେରାଉ ଡାକରା : ବିଜେଡି

କେସିଡିସି ନିର୍ଦ୍ଦେଶକ କହିବା ଅନୁଯାୟୀ କିଶୋର ଓ ବୟସ୍କମାନେ ପରିବାରର ଅନ୍ୟ ସଦସ୍ୟଙ୍କ ସହ ଅଧିକ ଜଡ଼ିତ। ତେଣୁ ସେମାନେ ପରିବାରର ଅନ୍ୟ ସଦସ୍ୟଙ୍କ ଠାରୁ ସଂକ୍ରମିତ ହେବାର ଆଶଙ୍କା ଅଧିକ ରହିଛି। ସେଥିପାଇଁ ପରିବାର ସଦସ୍ୟମାନେ ଏକାଠି ଖାଇବା ଓ ମିଶାମିଶି କରିବା ପ୍ରତି ସତର୍କତା ଅବଲମ୍ବନ କରିବା ଉଚିତ। ସେ କହିଛନ୍ତି ଛୋଟ ପିଲା କରୋନାରେ ଆକ୍ରାନ୍ତ ହେଲେ ସେମାନଙ୍କ ଶରୀରରେ ସାଧାରଣତଃ ଲକ୍ଷଣ ଦେଖାଯାଏ ନାହିଁ। ଯେଉଁଥି ପାଇଁ ପ୍ରାଥମିକ ଅବସ୍ଥାରେ ସେମାନଙ୍କୁ ଚିହ୍ନଟ କରିବା କଷ୍ଟକର ହୋଇଥାଏ। ଛୋଟ ପିଲାଙ୍କ ଠାରୁ ଅନ୍ୟ ଜଣଙ୍କୁ ସଂକ୍ରମଣ ହେବାର ଆଶଙ୍କା କମ ବୋଲି ଆଶା କରାଯାଉଛି। କିନ୍ତୁ ଏନେଇ କୌଣସି ନିର୍ଦ୍ଦିଷ୍ଟ ପ୍ରମାଣ ମିଳିନାହିଁ।

ମତାମତ ଦିଅନ୍ତୁ ।