Breaking Newsରାଜ୍ୟ
ଘରୋଇ ଡାକ୍ତରଖାନା ପାଇଁ ଗାଇଡଲାଇନ

ଭୁବନେଶ୍ୱର : ରାଜ୍ୟ ସରକାର ଆଜି ଘରୋଇ ଡାକ୍ତରଖାନା ପାଇଁ ଗାଇଡଲାଇନ ଜାରି କରିଛନ୍ତି। ଏହାକୁ କାର୍ଯ୍ୟକାରୀ କରିବାକୁ ସ୍ୱାସ୍ଥ୍ୟ ବିଭାଗ ଦେଇଛି ନିର୍ଦ୍ଦେଶ। ସମସ୍ତ ନର୍ସିଂହୋମ ଓ କ୍ଲିନିକରେ ସ୍ୱତନ୍ତ୍ର ଫିଭର କ୍ଲିନିକ ରଖିବାକୁ କୁହାଯାଇଛି। ଏହାଛଡା ମାସ୍କ ପିନ୍ଧିବା ଓ ହାତ ଧୋଇବା ପାଇଁ ଉତ୍ତମ ବ୍ୟବସ୍ଥା ରହିବ। ରକ୍ତଚାପ ଯାଂଚ ମେସିନ ଓ ଷ୍ଟେଥୋସ୍କୋପ ପ୍ରତିଥର ବିଶୋଧନ କରାଯିବ। ରୋଗୀଙ୍କ ପଞ୍ଜିକରଣ ସହ ହଟସ୍ପଟ ଅଂଚଳରୁ ଆସିଥିବା ରୋଗୀ କୋଭିଡ ହସ୍ପିଟାଲକୁ ସ୍ଥାନାନ୍ତର ହେବେ। କରୋନା ସଚେତନତା ନେଇ ଡାକ୍ତରଖାନାରେ ଡିସପ୍ଲେ ବୋର୍ଡ ରହିବ। ନିୟମ ଉଲ୍ଲଙ୍ଘନ କଲେ କଡା କାର୍ଯ୍ୟାନୁଷ୍ଠାନ ହେବ ବୋଲି ହୁହାଯାଇଛି।