ଘରୋଇ ହସ୍ପିଟାଲ୍‌ରେ ନିଆଁ : ୪ ରୋଗୀ ମୃତ

ଥାନେ : ମହାରାଷ୍ଟ୍ରର ଥାନେ ଅଞ୍ଚଳର ଏକ ଘରୋଇ ଡାକ୍ତରଖାନାରେ ଆଜି ପ୍ରତ୍ୟୁଷରେ ନିଆଁ ଲାଗିଯିବାରୁ ୪ଜଣ ରୋଗୀଙ୍କର ମୃତ୍ୟୁ ଘଟିଛି। ଅନ୍ୟ କେତେକ ଆହତ ହୋଇଥିବା ସୂଚନା ରହିଛି।

ଖବର ଅନୁଯାୟୀ ବୁଧବାର ପାହାନ୍ତାରେ ଥାନେର ମୁମ୍ବ୍ରା ଅଞ୍ଚଳ କୌସାରେ ଥିବା ‘ପ୍ରାଇମ୍‌ କ୍ରିଟିକାଲ୍‌ ହସ୍ପିଟାଲ୍‌’ରେ ନିଆଁ ଲାଗିଥିଲା। ୩ଟି ଦମକଳ ନିଆଁ ଲିଭାଇଥିବା ବେଳେ ରୋଗୀମାନଙ୍କୁ ସ୍ଥାନାନ୍ତର ପାଇଁ ୫ଟି ଆମ୍ବୁଲାନ୍‌ସ୍‌ ନିୟୋଜିତ ହୋଇଥିଲା। ତେବେ ଡାକ୍ତରଖାନାରେ କେହି କୋଭିଡ୍‌ ଆକ୍ରାନ୍ତ ନ ଥିଲେ। ସେଠାରୁ ଉଦ୍ଧାର କରାଯାଇଥିବା ୨୦ଜଣ ରୋଗୀଙ୍କ ମଧ୍ୟରୁ ୬ଜଣ ଥିଲେ ‘ଆଇସିୟୁ’ରେ। ଅଗ୍ନିକାଣ୍ଡ ଯୋଗୁଁ ଡାକ୍ତରଖାନାର ପ୍ରଥମ ମହଲାଟି ନଷ୍ଟ ହୋଇଯାଇଛି। ଅଗ୍ନିକାଣ୍ଡର କାରଣ ଜଣାପଡ଼ିନାହିଁ।

Leave a Reply

Your email address will not be published. Required fields are marked *

Back to top button