ଗିରୀଶ ଚନ୍ଦ୍ର ମୁର୍ମୁଙ୍କ ଇସ୍ତଫା ପରେ ମନୋଜ ସିହ୍ନା ଜମ୍ମୁ-କାଶ୍ମୀର ନୂଆ ଉପରାଜ୍ୟପାଳ

ଶ୍ରୀନଗର : ଜମ୍ମୁ-କାଶ୍ମୀରର ନୂଆ ଉପରାଜ୍ୟପାଳ ପଦରୁ ଗିରୀଶ ଚନ୍ଦ୍ର ମୁର୍ମୁ ବୁଧବାର ଇସ୍ତଫା ଦେବା ପରେ ଏହି ନୂଆ ଦାୟିତ୍ୱ ପୂର୍ବତନ କେନ୍ଦ୍ରମନ୍ତ୍ରୀ ମନୋଜ ସିହ୍ନାଙ୍କୁ ମିଳିଛି। ରାଷ୍ଟ୍ରପତି ଭବନ ପକ୍ଷରୁ ଏନେଇ ଘୋଷଣା କରାଯାଇଛି।

ବୁଧବାର ଗିରୀଶ ଇସ୍ତଫା ପତ୍ର ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ନିକଟକୁ ପଠାଇ ଥିଲେ। ତାହାକୁ ରାଷ୍ଟ୍ରପତି ଗ୍ରହଣ କରିଛନ୍ତି। ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା ହେଉଛି ଗିରୀଶ ଦେଶର ଆଗାମୀ ସିଏଜି ହୋଇପାରନ୍ତି। ଏହି ପଦବୀରେ ରାଜୀବ ମହର୍ଷି ଥିବା ବେଳେ ଖୁବ୍‌ କମ୍‌ ଦିନ ମଧ୍ୟରେ ତାଙ୍କ କାର୍ଯ୍ୟକାଳ ଶେଷ ହେବ ବୋଲି କୁହାଯାଇଛି।

ମତାମତ ଦିଅନ୍ତୁ ।