ଗଭର୍ଣ୍ଣରଙ୍କ ଜୋର ଜବରଦସ୍ତି କିସ୍

ୱାଶିଂଟନ : ନ୍ୟୁୟର୍କର ଶେରି ଭିଲେ ନାମକ ଜଣେ ମହିଳା ଗଭର୍ଣ୍ଣର ଏଣ୍ଡ୍ର୍ୟୁ ବିରୋଧରେ ଯୌନ ଶୋଷଣ ଅଭିଯୋଗ ଆଣିଛନ୍ତି। ଗଭର୍ଣ୍ଣର ତାଙ୍କୁ ଜୋର ଜବରଦସ୍ତି କିସ୍ କରିବାକୁ ଚେଷ୍ଟା କରିଥିବା ସେ କହିଛନ୍ତି।
ଗଣମାଧ୍ୟମକୁ ପୀଡିତାଙ୍କ ଓକିଲ କହିଛନ୍ତି ୨୦୧୭ର ଏହି ମାମଲା। ସେତେବେଳେ ବନ୍ୟା କ୍ଷୟକ୍ଷତି ଆକଳନ ପାଇଁ ଗଭର୍ଣ୍ଣର ଏଣ୍ଡ୍ର୍ୟୁ ଉକ୍ତ ମହିଳାଙ୍କ ଘରକୁ ଯାଇଥିଲେ। ବିନା ସହମତିରେ ତାଙ୍କୁ କିସ୍ କରିଥିଲେ। ଏହାଛଡା ପୀଡିତାଙ୍କ ହାତ ଧରି ଆପତ୍ତିଜନକ ଭାଷାରେ କଥା ହୋଇଥିଲେ। ଏହି କିସ୍ କରିବା ବେଳର ଏକ ଫଟୋକୁ ପୀଡିତା ଜଣକ ପ୍ରମାଣ ସ୍ୱରୂପ ସାମ୍ବାଦିକ ସମ୍ମିଳନୀରେ ଜାରି କରିଥିବା ବେଳେ ଏଣ୍ଡ୍ର୍ୟୁଙ୍କ ଗତିବିଧି ତାଙ୍କ ପରିବାର ପ୍ରତି ଅମମାନଜନକ ବୋଲି ସେ କହିଛନ୍ତି।
ସୂଚନାଯୋଗ୍ୟ ନ୍ୟୁୟର୍କର ଗଭର୍ଣ୍ଣର ଏଣ୍ଡ୍ର୍ୟୁଙ୍କ ବିରୋଧରେ ପୂର୍ବରୁ ଅନେକ ମହିଳା ଅଭିଯୋଗ କରିଛନ୍ତି। ଦଶମ ମହିଳା ଭାବେ ୫୫ ବର୍ଷୀୟ ନ୍ୟୁୟର୍କ ବାସିନ୍ଦା ଭିଲେ ତାଙ୍କ ନାଁରେ ଅସଦାଚରଣ ଅଭିଯୋଗ ଆଣିଛନ୍ତି।