ଗ୍ରାସିମ୍ ଇଣ୍ଡଷ୍ଟ୍ରିଜରେ ଦୁର୍ଘଟଣା : ବିଦ୍ୟୁତ୍ ଆଘାତରେ ୪ କର୍ମଚାରୀ ଗୁରୁତର

ବ୍ରହ୍ମପୁର : ଗଞ୍ଜାମ ଗ୍ରାସିମ୍ ଇଣ୍ଡଷ୍ଟ୍ରିଜରେ ଅଘଟଣ ଘଟିଛି। ହାଇଡ୍ରୋକ୍ଲୋରିକ୍ ପ୍ଲାଣ୍ଟରେ ପାଣି ଫୁଟାଯାଉଥିବା ବେଳେ ବିଦ୍ୟୁତ୍ ସଂସ୍ପର୍ଶରେ ଆସି ୪ଜଣ କର୍ମଚାରୀ ଗୁରୁତର ହୋଇଥିବା ଜଣାପଡିଛି।

ଖବର ଅନୁଯାୟୀ ଆଜି ସକାଳ ଗ୍ରାସିମ୍ ଇଣ୍ଡଷ୍ଟ୍ରିଜର ହାଇଡ୍ରୋକ୍ଲୋରିକ୍ ପ୍ଲାଣ୍ଟରେ ପାଣି ଫୁଟାଉଥିଲା। ଏହି ସମୟରେ କୌଣସି କାରଣରୁ ୪ଜଣ କର୍ମଚାରୀଙ୍କୁ ବିଦ୍ୟୁତ୍ ଆଘାତ ଲାଗିଥିଲା। ସେମାନଙ୍କ ଅବସ୍ଥା ଗୁରୁତର ହୋଇଥିବାରୁ ବ୍ରହ୍ମପୁରର ଏମକେସିଜି ମେଡିକାଲରେ ଭର୍ତ୍ତି କରାଯାଇଛି। ଏହି ୪ ଜଣ ହେଲେ ଇଞ୍ଜିନିଅର୍ ଅଭିଷେକ ପାଲ, ଅପରେଟର୍ ଶଙ୍କର ରାଉଳ, ବେଣୁପାଣି ରାଉଳ ଓ ଏସ୍ ଶଙ୍କର।

ମତାମତ ଦିଅନ୍ତୁ ।