ଗ୍ରୀଷ୍ମ ଋତୁରେ ପୁଦିନା ଚା’ ସ୍ୱାସ୍ଥ୍ୟପକ୍ଷେ ଭଲ

ଖରାଦିନେ ପିଅନ୍ତୁ ପୁଦିନା ଚା’। ଏହା ସ୍ୱାସ୍ଥ୍ୟ ପାଇଁ ଭଲ। ତେଣୁ ଏକ ନୂଆ ଫ୍ଲେଭର ଚା’ କେମିତି ଲାଗୁଛି ତାହା ପରୀକ୍ଷା କରିନେବା ଉଚିତ।

ଖରାଦିନେ ପୁଦିନା ଚା’ ସେବନ ଦ୍ଵାରା ଚର୍ମକୁ ଶୀତଳତା ମିଳିଥାଏ। ମହିଳାଙ୍କୁ ହେଉଥିବା ପିସିଓଏସରେ ମଧ୍ୟ ପୁଦିନା ଚା’ ସେବନ କରିବାକୁ ପରାମର୍ଶ ଦିଆଯାଇଥାଏ। ଓଜନ କମ୍ କରିବା କିମ୍ବା ସୁଗାର ସ୍ତର ନର୍ମାଲ ରଖିବାକୁ ହେଲେ ପୁଦିନା ଚା’ ଅତି ଲାଭଦାୟକ ହୋଇଥାଏ।

ପୁଦିନା ଚା’ ପାଇଁ ଆବଶ୍ୟକ – ପୁଦିନା ୮-୧୦ ପତ୍ର। ଅଧା ଚାମଚ ଗୋଲମରିଚ। ଅଧା ଚାମଚ ବିଟ୍ ଲୁଣ ଓ ୨ କପ୍ ପାଣି।

ପ୍ରସ୍ତୁତର ପ୍ରକ୍ରିୟା – ଏକ ପ୍ୟାନରେ ଅଳ୍ପ ଆଞ୍ଚରେ ପାଣି ଗରମ କରନ୍ତୁ। ପାଣିରେ ପୁଦିନା ପତ୍ର, ଗୋଲ ମରିଚ ଓ ବିଟ୍ ଲୁଣ ପକାଇ ୫ ମିନିଟ୍ ଫୁଟାଇବା ଆଞ୍ଚ ବନ୍ଦ କରିଦିଅନ୍ତୁ। ଏହାପରେ ଛାଣି ଏକ କପରେ ରଖନ୍ତୁ। ଯଦି ଏହାକୁ ଆପଣ ଏହାକୁ ସାଧାରଣ ଆମେ ବ୍ୟବହାର କରୁଥିବା ଚା’ ଭଳି ପ୍ରସ୍ତୁତ କରିବାକୁ ଚାହିଁବେ ତେବେ କ୍ଷୀର ଓ ଚିନି ପକାଇ ପାରିବେ। ପୁଦିନା ପତ୍ର ନଥିଲେ ମିଣ୍ଟ ଟି ବ୍ୟାଗ୍ ମଧ୍ୟ ବ୍ୟବହାର କରିପାରିବେ।

Leave a Reply

Your email address will not be published. Required fields are marked *

Back to top button