ହାଇଦର ବ୍ୟବହାର କରିଥିବା କାର ମଙ୍ଗଳାବାଗ ଥାନାରେ

କଟକ : କଟକ ବଡ ମେଡିକାଲରୁ ଫେରାର ଧରାପଡିଛି ଗ୍ୟାଙ୍ଗଷ୍ଟର ହାଇଦର। ସେ ଯେଉଁ କାର ବ୍ୟବହାର କରିଥିଲା ସେହି ଗାଡିଟି ଏବେ କଟକ ମଙ୍ଗଳାବାଗ ଥାନାରେ ପହଞ୍ଚିଛି। ବ୍ରହ୍ମପୁର ନିକଟ ଗୋଳନ୍ଥରା ଚେକ୍ ଗେଟରୁ ମାରୁତି ସୁଇଫ୍ଟ ଡିଜାୟାର ଓଡି-୦୨-ଏଏସ୍- ୬୭୭୦ ନମ୍ବର କାରଟିକୁ ଜବତ କରଯାଇଥିଲା।

ଖବର ହେଲା ହାଇଦର ଫେରାର ହୋଇ ଏହି ଗାଡିରେ ତେଲାଙ୍ଗାନା ଯାଇଥିବା କମିସନରେଟ ପୋଲିସକୁ ଗୁଇନ୍ଦା ସୂଚନା ମିଳିଥିଲା। ଏନଏଚଏଆଇର ଆପ ମାଧ୍ୟମରେ ନମ୍ବର ଅନୁସାରେ ମିଳିଥିଲା ଗାଡିର ଲୋକେସନ୍। ଓଡିଶା ସୀମାର ବ୍ରହ୍ମପୁୁର ନିକଟ ଗୋଳନ୍ଥରା ଚେକ୍ ଗେଟରେ ୧୦ ତାରିଖରେ ଏହି ଗାଡି ଅତିକ୍ରମ କରି ଇଚ୍ଛାପୁରମ୍-ଆନ୍ଧ୍ର-ତେଲେଙ୍ଗାନାରେ ପହଞ୍ଚିଥିଲା। ସେଠାରୁ ମଛଲିପଟନମରୁ ଡାହାଣ ଆଡକୁ ଯାଇ ବିଜୟୱାଡା-ହାଇଦ୍ରାବଦ୍ ଯାଇଥିଲା। ଏଥିରୁ ପୋଲିସ ନିଶ୍ଚିତ ହୋଇଯାଇଥିଲା ହାଇଦର ବେଙ୍ଗାଲୁରୁ କିମ୍ବା ଚେହ୍ନାଇ ନଯାଇ ହାଇଦ୍ରାବାଦରେ ରହିଛି।

Leave a Reply

Your email address will not be published. Required fields are marked *

Back to top button