ହାଇଦର ମାମଲା : ପୋଲିସ ୮ ଜଣଙ୍କୁ ଉଠାଇନେଲା

ଭୁବନେଶ୍ୱର : ଗ୍ୟାଙ୍ଗଷ୍ଟର ହାଇଦର କଟକ ବଡ଼ ମେଡିକାଲ୍‌ରୁ ଫେରାର ହେବା ଘଟଣାରେ ପୋଲିସ ୮ ଜଣଙ୍କୁ ଉଠାଇ ନେଇ ପଚରାଉଚରା କରୁଛି। ଏମାନେ ଯୋଗସୂତ୍ରରେ ରହି ହାଇଦରକୁ ସହାୟତା କରିଥିବା ଅଭିଯୋଗ ହେଉଛି। ପୋଲିସ ନେଇଥିବା ୮ ଜଣଙ୍କ ମଧ୍ୟରେ ୩ ଜଣ ମହିଳା ଥିବା କୁହାଯାଉଛି।

ସୂଚନାଯୋଗ୍ୟ ଗତ ୧୦ ତାରିଖରେ ବଡ଼ ମେଡିକାଲ୍‌ରେ ଚିକିତ୍ସିତ ହେଉଥିବା ହାଇଦର ଫେରାର ହୋଇଯାଇଥିଲା। ଗତକାଲି ଆନ୍ଧ୍ରପ୍ରଦେଶ ସଙ୍ଗାରେଡ୍ଡି ଜିଲ୍ଲାରୁ ଧରାପଡିଥିଲା। ଆଜି ଓଡ଼ିଶା ପୋଲିସ ହାଇଦରକୁ ବିମାନରେ ଭୁବନେଶ୍ୱର ଆଣିଥିଲା। ପରେ କଟକ ନେଇ ଜେରା କରୁଛି।

Leave a Reply

Your email address will not be published. Required fields are marked *

Back to top button