Breaking Newsରାଜ୍ୟ

ହାଇଦ୍ରାବାଦରେ ପ୍ରେମ: ଥାନାରେ କଣ୍ଢେଇ କିନ୍ନର ହାତ ଧରିଲେ କାହ୍ନୁ

କେନ୍ଦ୍ରାପଡା : କରୋନା କଟକଣା ସମୟରେ କେନ୍ଦ୍ରାପଡାରେ ହୋଇଥିବା ଏକ ବିରଳ ବାହାଘରକୁ ନେଇ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ଜାରି ରହିଛି। ମହାକାଳପଡା ଲାଠୁଡା ଗାଁ’ର କଣ୍ଢେଇ କିନ୍ନରଙ୍କୁ ଜୀବନସାଥୀ କରିଛନ୍ତି ରାଜନଗର ଖଣ୍ଡେଇପଡା ଗାଁର କାହ୍ନୁ ଚରଣ ସ୍ଵାଇଁ। ପରିବାରର ବିରୋଧ ସତ୍ତ୍ୱେ କେନ୍ଦ୍ରାପଡା ସଦର ଥାନାରେ ଦୁହିଁଙ୍କ ବିବାହ ସମ୍ପର୍ଣ୍ଣ ହୋଇଛି।

ଖବର ଅନୁଯାୟୀ ଖଣ୍ଡେଇପଡାର କାହ୍ନୁ ଓ ମହାକାଳପଡା ଲାଠୁଡା ଗାଁ’ର କଣ୍ଢେଇ କିନ୍ନର ହାଇଦ୍ରାବାଦରେ ଗୋଟିଏ କମ୍ପାନୀରେ କାମ କରୁଥିଲେ। ସେଇଠାରେ ଉଭୟଙ୍କ ମଧ୍ୟରେ ଗଢ଼ି ଉଠିଥିଲା ପ୍ରେମ ସଂପର୍କ। ଏହି ସମ୍ପର୍କର ଦୁଇବର୍ଷ ପରେ କାହ୍ନୁ ଓ କଣ୍ଢେଇ ବିବାହ କରିବାକୁ ନିଷ୍ପତ୍ତି ନେଇଥିଲେ। କିନ୍ତୁ କରୋନା ପାଇଁ ସାରାଦେଶରେ ଲାଗୁ ହେଲା ଲକ୍ ଡାଉନ୍ କଟକଣା। ବନ୍ଦ ହୋଇଗଲା କାମ। ଏଭଳି ପରିସ୍ଥିତିରେ ଦୁହିଁଙ୍କୁ ଗାଁ’କୁ ଫେରିବାକୁ ପଡିବାକୁ ପଡିଲା। ହେଲେ ସମ୍ପର୍କ ଭାଙ୍ଗିଗଲା ନାହିଁ। ଦୁହେଁ ନେଇଥିବା ନିଷ୍ପତ୍ତି ସମ୍ପର୍କରେ ଘର ଲୋକଙ୍କୁ କହିଲେ। କିନ୍ତୁ ସ୍ଵୀକୃତି ମିଳିଲାନି। ଉଭୟଙ୍କ ପରିବାର ବିରୋଧ କଲେ। ଫଳରେ କୌଣସି ଉପାୟ ନପାଇ କାହ୍ନୁ ଓ କଣ୍ଢେଇ ଘର ଛାଡିଲେ। ଘରୁ ଲୁଚି ପଳେଇ ଆସିବା ପରେ ସେମାନଙ୍କୁ ସହାୟତା କଲା ଶ୍ରୀ ବଳଦେବଜୀଉ କିନ୍ନର ମହାସଂଘ। କେନ୍ଦ୍ରାପଡା କଜଳା ସ୍ଥିତ ସଂଘ କାର୍ଯ୍ୟଳୟରେ ଦୁହେଁ ରହିଲେ। କଥା ଏତିକିରେ ସରିଲାନି। ପରିବାର ଲୋକେ ସେମାନଙ୍କ ନାମରେ ସଦର ଥାନାରେ ଏତଲା ଦେଲେ। କିନ୍ତୁ କିନ୍ନର ସଂଘର କଲା ହସ୍ତକ୍ଷେପ। ଏହା ପରେ ଥାନାରେ ଦୁହିଁଙ୍କର ବିବାହ ହୋଇଛି। ବିବାହ ପରେ କାହ୍ନୁ ଓ କଣ୍ଢେଇ ବ୍ୟବସାୟ ଆରମ୍ଭ କରିବାକୁ ଯୋଜନା କରିଥିବା ଜଣାପଡିଛି।

ମତାମତ ଦିଅନ୍ତୁ ।

Back to top button