ହାଇପ୍ରୋଫାଇଲ୍ ସେକ୍ସ ରାକେଟ୍‌ରେ ବଲିଉଡ୍ ଅଭିନେତ୍ରୀ ଓ ଦୁଇ ଟିଭି କଳାକାର

ମୁମ୍ବାଇ : ସେକ୍ସ ରାକେଟର ଜଣେ ବଲିଉଡ୍ ଅଭିନେତ୍ରୀ ଓ ଦୁଇ ଟିଭି କଳାକାର। ତିନିଜଣ ଯୁବତୀଙ୍କ ପାଇଁ ହୋଇଥିଲା ୧୦ ଲକ୍ଷ ଟଙ୍କାର ଡିଲ। ମୁମ୍ବାଇ ଉପନଗରୀ ଗୋରେଗାଁଓର ଏକ ପଞ୍ଚତାରକା ହୋଟେଲରେ ଚାଲିଥିବା ଏହି ହାଇପ୍ରୋଫାଇଲ୍ ସେକ୍ସ ରାକେଟ୍‌। ପୋଲିସ ଏହାର ପର୍ଦ୍ଦାଫାଶ କରିବା ସହିତ ସେମାନକୁ ଗିରଫ କରି ମାମଲା ରୁଜ୍ଜୁ କରିଛି।

ଖବର ଅନୁଯାୟୀ ଶୁକ୍ରବାର ସନ୍ଧ୍ୟାରେ କ୍ରାଇମ ବ୍ରାଞ୍ଚ ଟିମ୍ ଏକ ପଞ୍ଚତାରକା ହୋଟେଲକୁ ଯାଇଥିଲେ। ଗ୍ରାହକ ସାଜିଥିବା ପୋଲିସ ଟିମର ସଦସ୍ୟ ହୋଟେଲକୁ ଯାଇ ସେକ୍ସ ରାକେଟ୍ ଡିଲର୍ସଙ୍କୁ ଭେଟିଥିଲେ। ଏହାପରେ ପୋଲିସ ଟିମ୍ ହୋଟେଲରେ ଚଢ଼ାଉ କରିଥିଲା। ୩ ମହିଳାଙ୍କୁ ଗିରଫ କରଯାଇଥିଲା। ଏ ମଧ୍ୟରେ ଥିଲେ ଜଣେ ବଲିଉଡ୍ ଅଭିନେତ୍ରୀ। ସେ ଜଣେ ଇଣ୍ଟରନ୍ୟାଶନାଲ ବେଲି ଡ୍ୟାନ୍ସର। ଅନ୍ୟ ଦୁଇଜଣ ହେଲେ ଟିଭି ସିରିଏଲ୍ କଳାକାର। ଦୁଇ ଟିଭି କଳାକାରଙ୍କ ସହିତ ଦେହ ବ୍ୟବସାୟ ପାଇଁ ୧୦ ଲକ୍ଷ ଟଙ୍କାରେ ଡିଲ ହୋଇଥିବା ଜଣାପଡିଛି। ଏହି ଡିଲ କରିଥିବା ବଲିଉଡ୍ ଅଭିନେତ୍ରୀଙ୍କ ବିରୋଧରେ ପୋଲିସ ଦେହ ବ୍ୟବସାୟ ପାଇଁ ବଲିଉଡ୍ ଓ ଟିଭି ଜଗତ ସହ ଜଡିତ କଳାକାରଙ୍କୁ ବଡ ହୋଟେଲକୁ ଆଣିବା ଅଭିଯୋଗ ହୋଇଛି। ଏବେ ଘଟଣା ସହିତ ଅନ୍ୟ କେଉଁମାନଙ୍କର ସମ୍ପୃକ୍ତି ରହିଛି ପୋଲିସ ତାହାର ତଦନ୍ତ ଆରମ୍ଭ କରିଛି।

ମତାମତ ଦିଅନ୍ତୁ ।