ହସ୍ପିଟାଲ ସାଇକେଲ ଷ୍ଟାଣ୍ଡରେ ଗର୍ଭବତୀ ଛଟପଟ ଘଟଣାରେ ୬ ନିଲମ୍ବିତ

ଝାରସୁଗୁଡା : ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ସାଇକେଲ ଷ୍ଟାଣ୍ଡରେ ଜଣେ ଗର୍ଭବତୀ ୩ ଘଣ୍ଟା ଛଟପଟ ହେବା ଘଟଣାରେ ଜିଲ୍ଲା ପ୍ରଶାସନ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ଚିକିତ୍ସାଳୟର ହେଲ୍ପ ଡେସ୍କର ୨ଜଣ, ୨ ନିରାପତ୍ତା କର୍ମଚାରୀ ଓ କୋଭିଡ଼ ପରୀକ୍ଷା ଦାୟିତ୍ୱରେ ଥିବା ୨ଜଣ କର୍ମଚାରୀଙ୍କୁ ମୁଖ୍ୟ ଚିକିତ୍ସାଧିକାରୀ ନିଲମ୍ବିତ କରିଛନ୍ତି।

ସୂଚନାଯୋଗ୍ୟ ଗତ ୨୪ ତାରିଖରେ ବନ୍ଧବାହାଲ ଅଞ୍ଚଳର ଜଣେ ମହିଳା ପ୍ରସବ ପାଇଁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଆସିଥିଲେ। କିନ୍ତୁ କରୋନା ଭୟରେ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇନଥିଲା। ଫଳରେ ସେ ପ୍ରାୟ ୩ ଘଂଟା ଧରି ଚିକିତ୍ସାଳୟ ସାଇକେଲ ଷ୍ଟାଣ୍ଡରେ ଛଟପଟ ହୋଇଥିଲେ। ଖବରପାଇ କିଛି ସ୍ଵେଚ୍ଛାସେବୀ ସେଠାରେ ପହଞ୍ଚି ମହିଳାଙ୍କ କୋଭିଡ ଟେଷ୍ଟ କରାଇ ଡାକ୍ତରଖାନାରେ ଭର୍ତ୍ତି କରାଇଥିଲେ। ଏହି ଘଟଣା ସୋସିଆଲ ମିଡିଆରେ ଭାଇରାଲ ହେବା ପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି।

ମତାମତ ଦିଅନ୍ତୁ ।