ହାଥରସ ପୀଡ଼ିତାଙ୍କ ପାଇଁ ମାମଲା ଲଢ଼ିବେ ନିର୍ଭୟା ଓକିଲ ସୀମା ସମୃଦ୍ଧି

ନୂଆଦିଲ୍ଲୀ : ବହୁ ଚର୍ଚିତ ନିର୍ଭୟା ମାମଲା ଲଢ଼ିଥିବା ଅଭିଯୁକ୍ତଙ୍କ ଫାଶିରେ ଚଢାଇଥିଲେ ଓକିଲ ସୀମା ସମୃଦ୍ଧି। ଉତ୍ତର ପ୍ରଦେଶ ହାଥରସ ପୀଡ଼ତାଙ୍କୁ ନ୍ୟାୟ ଦେବା ପାଇଁ ସେ ମାଗଣାରେ କେସ୍ ଲଢ଼ିବେ। ୨୦୧୨ ଡିସେମ୍ବରରେ ଚଳନ୍ତା ବସରେ ଯୁବତୀଙ୍କ ସହ ଗଣଦୁଷ୍କର୍ମ କରାଯାଇ ତାଙ୍କୁ ରାସ୍ତାକଡ଼କୁ ଫିଙ୍ଗି ଦିଆଯାଇଥିଲା। ଏହି ମାମଲାରେ ଅଭିଯୁକ୍ତଙ୍କୁ ଫାଶି ଦେବାରେ ସୀମାଙ୍କର ଥିଲା ବଡ଼ ଭୂମିକା। ସୀମା ନିର୍ଭୟାଙ୍କ ସମ୍ପର୍କୀୟ ନୁହଁନ୍ତି। କିନ୍ତୁ ଜଣେ ଝିଅକୁ ନ୍ୟାୟ ପାଇଁ ମାମଲା ଲଢ଼ିଥିଲେ। ସେହିପରି ହାଥରସ ପୀଡ଼ତାଙ୍କ ପାଇଁ ମାମଲା ଲଢିବାକୁ ସୀମା ନିଷ୍ପତ୍ତି ନେଇଛନ୍ତି।

ସୀମା ସମୃଦ୍ଧିଙ୍କ ପ୍ରକୃତ ନାଁ ସୀମା କୁଶବାହ। ସେ ଉତ୍ତର ପ୍ରଦେଶରେ ରହନ୍ତି। ଗରିବ ପରିବାରର ସୀମା ବହୁ କଷ୍ଠରେ ପାଠପଢ଼ା ପୂରା କରିଛନ୍ତି। ସାତ ଭାଇ-ଭଉଣୀ ମଧ୍ୟରେ ସବା ସାନ ହେଉଛନ୍ତି ସୀମା। ଦିଲ୍ଲୀ ବିଶ୍ଵବିଦ୍ୟାଳୟରୁ ସ୍ନାତକୋତ୍ତର କରିଥିବା ବେଳେ ୨୦୧୪ରେ ଆଇନରେ ଡିଗ୍ରୀ ହାସଲ କରିଛନ୍ତି। ତେବେ ଓକିଲାତିକୁ ପେଷା କରିବାକୁ ସେ ଚାହୁଁ ନ ଥିଲେ। ଆଇଏଏସ ହେବାକୁ ଇଚ୍ଛା ଥିଲା। ସେଥିପାଇଁ ୟୁପିଏସି ପରୀକ୍ଷା ପାଇଁ ପ୍ରସ୍ତୁତ ହେବାର ଥିଲା। ମାତ୍ର ପରିସ୍ଥିତି ତାଙ୍କୁ ଓକିଲାତିକୁ କଲେ କ୍ୟାରିୟର। ନିର୍ଭୟା ମାମଲାରେ ସାମ୍ନାକୁ ଆସି ରାଷ୍ଟ୍ରପତି ଭବନ ସମ୍ମୁଖରେ ଆୟୋଜିତ ବିକ୍ଷୋଭରେ ସାମିଲ ହେବାପରେ ନିଷ୍ପତି ନେଲେ ପୀଡ଼ିତାଙ୍କୁ ନ୍ୟାୟ ଦେବେ।

୨୦୧୪ରେ ଆନୁଷ୍ଠାନିକ ଭାବେ ନିର୍ଭୟା ମାମଲାର ଦାୟିତ୍ଵ ନେଇ ଏହାକୁ ଫାଷ୍ଟ ଟ୍ରାକ କୋର୍ଟରେ ପହଞ୍ଚାଇଲେ। ତାଙ୍କର ଥିଲା ଏହା ପ୍ରଥମ ମାମଲା। ସେହିବର୍ଷ ଜାନୁଆାରୀ ୨୪ରେ ସୀମା ନିର୍ଭୟା ଜ୍ୟୋତି ଟ୍ରଷ୍ଟରେ ସାମିଲ ହୋଇଥିଲେ। ଏବେ ସୁପ୍ରିମ କୋର୍ଟରେ ପ୍ରାକଟିସ କରିବା ସହିତ ମାସ କମ୍ୟୁନିକେସନ୍ ମଧ୍ୟ କରିଛନ୍ତି।

ମତାମତ ଦିଅନ୍ତୁ ।