April 3, 2020

ରସୁଣ ଡାଇବେଟିସ୍ ପାଇଁ ମହୌଷଧୀ

ଉଚ୍ଚ ରକ୍ତଚାପ ଓ ଡାଇବେଟିସ୍‌ ରୋଗର ନିୟନ୍ତ୍ରଣ ପାଇଁ ସମସ୍ତେ ଔଷଧ ବ୍ୟବହାର କରନ୍ତି। କିନ୍ତୁ ଅଧିକ ଔଷଧ ସେବନ ଶରୀର ପାଇଁ କ୍ଷତିକାରକ। ତେଣୁ ରୋଗ ନିୟନ୍ତ୍ରଣ ପାଇଁ ଘରୋଇ ଉପଚାର କରିବା ଆବଶ୍ୟକ। ଏଥିପାଇଁ ପ୍ରତ୍ୟେକ ଦିନ ରସୁଣ ଖାଇବା ଅଭ୍ୟାସ କରନ୍ତୁ। ଆସନ୍ତୁ ଜାଣିବା ରସୁଣରେ ରହିଛି କେଉଁ ଔଷଧୀୟ ଗୁଣ।

୧. ସବୁଦିନ ରସୁଣ ଖାଇଲେ ଡାଇବେଟିସ୍‌ ନିୟନ୍ତ୍ରଣ ହୁଏ। ସୁଗାର ନିୟନ୍ତ୍ରଣ କରିବାର ହରମୋନ୍‌ ତିଆରି କରିଥାଏ ରସୁଣ। ଡାଇବେଟିସ୍‌ ରୋଗୀ ଖାଦ୍ୟରେ ଏହାକୁ ସାମିଲ କରିବା ଉଚିତ।

୨. ହୃଦ୍‌ଜନିତ ସମସ୍ୟାକୁ ରସୁଣ ଭଲ କରିଥାଏ। ରସୁଣ ଖାଇଲେ ଶରୀରରେ ରକ୍ତ ଜମାଟ ବାନ୍ଧେ ନାହିଁ। ତେଣୁ ହାର୍ଟ ଆଟାକ୍‌ର ଆଶଙ୍କା କମ୍‌ ଥାଏ।

୩. ଉଚ୍ଚ ରକ୍ତଚାପ ଓ ପେଟରେ ବିଭିନ୍ନ ସମସ୍ୟାକୁ ରସୁଣ ଠିକ୍‌ କରିଥାଏ। ତେଣୁ ଗୋଟିଏ କିମ୍ୱା ଦୁଇଟି କୋଲା କଞ୍ଚା ରସୁଣକୁ ପ୍ରତ୍ୟେକ ଦିନ ଚୋବାଇ ଖାଇଲେ ଭଲ।

୪. ରସୁଣରେ କମ୍‌ କ୍ୟାଲୋରୀ ଓ କାର୍ବ ବା କାର୍ବୋହାଇଡ୍ରେଡ୍‌ ରହିଛି। ଡାଇବେଟିସ୍‌ ରୋଗୀଙ୍କ ପାଇଁ ଏହା ମହୌଷଧୀ ପରି କାମ କରିଥାଏ।

୫. ରସୁଣ ଓ ମହୁକୁ ମିଶାଇ ଖାଇଲେ ରକ୍ତ ଧମନୀ ସଫା ରହେ। ରକ୍ତ ସଞ୍ଚାଳନ ମଧ୍ୟ ଠିକ୍‌ ହୋଇଥାଏ।

Leave a Reply

Your email address will not be published. Required fields are marked *