ହୋଲିରେ ଅଘଟଣ : ସୁବର୍ଣ୍ଣପୁରରେ ଛାତ୍ର ନଦୀରେ ବୁଡିଗଲା

ସୁବର୍ଣ୍ଣପୁର : ରାଜ୍ୟରେ ହୋଲିପର୍ବ ପାଳନ ହୋଇଥିବା ବେଳେ ବିଭିନ୍ନ ସ୍ଥାନରେ ଅଘଟଣ ଘଟିଛି। ଆଜି ସୁବର୍ଣ୍ଣପୁରରେ ଜଣେ ଦଶମ ଶ୍ରେଣୀର ଛାତ୍ର ନଦୀରେ ବୁଡି ମୃତ୍ୟୁବରଣ କରିଛନ୍ତି। ହୋଲି ଖେଳି ମହାନଦୀରେ ଗାଧୋଇବା ବେଳେ ଏହି ଅଘଟଣ ଘଟିଛି।

ସେହିପରି ଆଠଗଡ ନରସିଂହପୁର ବ୍ଲକ ମାଙ୍କଡଭୂଇଁଆ ମହାନଦୀ ଘାଟରେ ଗାଧୋଉଥିବା ବେଳେ ୨ ଯୁବକ ନିଖୋଜ ହୋଇଯାଇଥିଲେ। ସେମାନଙ୍କୁ ସ୍ଥାନୀୟ ଲୋକ ଉଦ୍ଧାର କରିଥିଲେ। ଜଣଙ୍କର ଅବସ୍ଥା ଗୁରୁତର ଥିବା ଜଣାପଡିଛି। ଏହାଛଡା ସମ୍ବଲପୁର ଶାସନ ଥାନା ପରମାଣପୁରରେ ଗୋଟିଏ ଟ୍ରଲରକୁ ପଛପଟୁ ବାଇକ୍ ପିଟିବାରୁ ଦୁଇ ବାଇକ୍ ଆରୋହୀଙ୍କର ମୃତ୍ୟୁ ଘଟିଥିବା ଜଣାପଡିଛି।

Leave a Reply

Your email address will not be published. Required fields are marked *

Back to top button