ହୋଲିରେ ପୋଲିସ ଉପରେ ଆକ୍ରମଣ : ଅନେକ ଆହତ

ମହାରାଷ୍ଟ୍ର : ମହାରାଷ୍ଟ୍ରର ନାନ୍ଦେଡ ଅଞ୍ଚଳରେ ହୋଲି ଶୋଭାଯାତ୍ରାକୁ ପୋଲିସ ବାରଣ କରିବାରୁ ଲୋକେ ଆକ୍ରମଣ କରିଛନ୍ତି। ଏହି ଘଟଣାରେ ୪ଜଣ ପୋଲିସ କର୍ମଚାରୀ ଗୁରୁତର ହୋଇଥିବା ବେଳେ ଆକ୍ରମଣର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି।
ଖବର ଅନୁଯାୟୀ ମହାରାଷ୍ଟ୍ର ପୋଲିସ କରୋନା ପାଇଁ ହୋଲି ଶୋଭାଯାତ୍ରା ଉପରେ କଟକଣା ଲଗାଇଥିଲା। କିନ୍ତୁ ଶିଖ ସମ୍ପ୍ରଦାୟର ଲୋକେ ଏହାକୁ ବିରୋଧ କରିଥିଲେ। ଯାହାକୁ ନେଇ ହିଂସା ସୃଷ୍ଟି ହୋଇଥିଲା। ଶତାଧିକ ଲୋକେ ଖଣ୍ଡା ଧରି ଗୁରୁଦ୍ୱାରା ଭିତରୁ ବାହାରି ବ୍ୟାରିକେଡ୍ ଭାଙ୍ଗିବା ସହ ଆକ୍ରମଣ କରିଥିଲେ। ଏହି ଆକ୍ରମଣରେ ୪ ଜଣ ପୋଲିସ ଆହତ ହୋଇଥିବା ବେଳେ ଅନେକ ଗାଡି କ୍ଷତିଗ୍ରସ୍ତ ହୋଇଛି।
ନାନ୍ଦେଡ ରେଞ୍ଜର ପୋଲିସ ଡିଆଇଜିଙ୍କ କହିଛନ୍ତି କରୋନା ପାଇଁ ସୋମବାର ଶିଖ ସମ୍ପ୍ରଦାୟର ‘ହୋଲା ମୋହଲ୍’ ଶୋଭାଯାତ୍ରାକୁ ଅନୁମତି ଦିଆଯାଇନଥିଲା। ଗୁରୁଦ୍ୱାରା କମିଟିକୁ ଏନେଇ ସୂଚିତ କରାଯାଇଥିଲା। କମିଟି ନିର୍ଦ୍ଦେଶ ଅନୁସାରେ ଗୁରୁଦ୍ୱାରା ଭିତରେ ଏହାକୁ ପାଳନ କରାଯିବ ବୋଲି କହିଥିଲା। କିନ୍ତୁ ସନ୍ଧ୍ୟାରେ ଶୋଭାଯାତ୍ରା ଆରମ୍ଭ ହେବାରୁ ଅନେକ ଲୋକଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା। ୩୦୦ରୁ ଅଧିକ ଯୁବକ ଗୁରୁଦ୍ୱାରାରୁ ବାହାରକୁ ଆସି ଭଙ୍ଗାରୁଜା କରିବା ସହିତ ଖଣ୍ଡାରେ ପୋଲିସ ଉପରେ ଆକ୍ରମଣ କରିଥିଲେ। ଯାହାଫଳରେ ୬ଟି ଗାଡି କ୍ଷତିଗ୍ରସ୍ତ ହୋଇଥିବା ବେଳେ ୪ ଗୁରୁତରଙ୍କ ମଧ୍ୟରୁ ଜଣେ କନଷ୍ଟେବଳଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି। ଏହି ହିଂସା ମାମଲାରେ ୨୦୦ ବ୍ୟକ୍ତିଙ୍କ ବିରୋଧରେ ମାଲମା ରୁଜୁ ହୋଇଥିବା ସେ କହିଛନ୍ତି।