ହୋଣ୍ଡା ବାଇକ ଓ ସ୍କୁଟର ପାଇଁ ସ୍ଵତନ୍ତ୍ର ଇଂଜିନ ଅଏଲ ଆଣିବାକୁ ରେପସଲ ଲୁବ୍ରିକ୍ୟାଂଟସ-ହୋଣ୍ଡା ୨ହ୍ୱିଲର୍ସ ଇଣ୍ଡିଆର ସହ ସହଭାଗିତା

ଗୁରୁଗ୍ରାମ : ହୋଣ୍ଡାର ବାଇକ ଓ ସ୍କୁଟର ପାଇଁ ସ୍ୱତନ୍ତ୍ର ଇଞ୍ଜିନ ଅଏଲ ଉପସ୍ଥାପନ କରିବା ଲାଗି ହୋଣ୍ଡା ମୋଟରସାଇକଲ ଆଣ୍ଡ ସ୍କୁଟର ଇଣ୍ଡିଆ ପ୍ରାଇଭେଟ ଲିମିଟେଡ ପକ୍ଷରୁ ସ୍ପେନର ସର୍ବବୃହତ ପେଟ୍ରୋଲିୟମ କଂପାନି ରେପସଲ ଲୁବ୍ରିକ୍ୟାଂଟସ୍ ସହ ବୁଝାମଣା କରାଯାଇଛି। ଏହି କୋ-ବ୍ରାଣ୍ଡେଡ ଇଂଜିନ ଅଏଲର ଦୁଇଟି ଗ୍ରେଡ ରହିଛି। ତାହା ହେଉଛି ହୋଣ୍ଡା ରେପସଲ ମୋଟୋ ବାଇକର ୧୦ଡବ୍ଲୁ୩୦ ଏମଏ ଓ ହୋଣ୍ଡା ରେପସଲ ମୋଟୋ ସ୍କୁଟର ୧୦ଡବ୍ଲୁ୩୦ବି। ଉଭୟ ଇଂଜିନ ଅଏଲ ୮୦୦ ଏମଏଲ, ୯୦୦ ଏମଏଲ ଓ ୧୦୦୦ ଏମଏଲ ପ୍ୟାକରେ ନଭେମ୍ବରରୁ ଖୋଲା ବଜାରରେ ଉପଲବ୍ଧ ହୋଇଛି।

ହୋଣ୍ଡା ମୋଟରସାଇକଲ ଆଣ୍ଡ ସ୍କୁଟର ଇଣ୍ଡିଆ ପ୍ରାଇଭେଟ ଲିମିଟେଡର ଗ୍ରାହକ ସେବା ବରିଷ୍ଠ ଉପସଭାପତି ପ୍ରଦୀପ କୁମାର ପାଣ୍ଡେ କହିଛନ୍ତି ହୋଣ୍ଡା ୨ହ୍ୱିଲର୍ସ ଇଣ୍ଡିଆର କେନ୍ଦ୍ର ସ୍ଥଳରେ ରହିଛି ଗ୍ରାହକ ସନ୍ତୁଷ୍ଟି। ଗ୍ରାହକମାନଙ୍କୁ ଗୁଣାତ୍ମକ ଉତ୍ପାଦ ଓ ସେବା ପ୍ରଦାନ କରିବା ଲାଗି ଆମେ ନୂତନ ଉତ୍ପାଦ ହୋଣ୍ଡା ରେପସଲ ମୋଟୋ ଇଞ୍ଜିନ ଅଏଲ ଉନ୍ମୋଚନ କରିବା ପାଇଁ ରେପସଲ ଲୁବ୍ରିକ୍ୟାଂଟସ ସହ ହାତ ମିଳାଇଛୁ। ସମସ୍ତ ପିଜି ପେଟ୍ରୋଲିୟମ ଆଉଟଲେଟରେ ଆମେ ଇଞ୍ଜିନ ଅଏଲ ଉପଲବ୍ଧ କରାଇବୁ।

ସେହିପରି ଜିପି ପେଟ୍ରୋଲିୟମସ ଲିମିଟେଡ ସିଇଓ ପ୍ରଶାନ୍ତ ଆଚାର କହିଛନ୍ତି ହୋଣ୍ଡା ସହିତ ସହଯୋଗିତା ସ୍ଥାପନ କରିବା ଏବଂ ଭାରତୀୟ ମୋଟରସାଇକଲ ଓ ସ୍କୁଟର ପ୍ରେମୀଙ୍କ ପାଇଁ କୋ-ବ୍ରାଣ୍ଡେଡ ପ୍ୟାକ ଉନ୍ମୋଚନ କରିବା ପାଇଁ ରେପସଲ-ହୋଣ୍ଡା ଫର୍ମୁଲା ଆଣିଥିବାରୁ ଆମେ ଆନନ୍ଦିତ। ପ୍ରିମିୟମ ମାନର ତେଲ ଓ ଫର୍ମୁଲାରୁ ହୋଣ୍ଡା ରେପସଲକୁ ତିଆରି କରାଯାଇଛି। ଏହି ସହଯୋଗିତା ସହିତ ଆମେ ଓଇଏମ ଭିତିକ କୋ-ବ୍ରାଣ୍ଡେଡ ଦୁଇ ଚକିଆ ଲୁବ୍ରିକ୍ୟାଂଟ କ୍ଷେତ୍ରରେ ପ୍ରବେଶ କରିଛୁ।

ମତାମତ ଦିଅନ୍ତୁ ।